ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ହରିପୁର ବୋମା ମାଡ଼ ଘଟଣା : ୫ ଗିରଫ, ୩ ଖଣ୍ଡା ଓ ୫ ବୋମା ଜବତ

ଖଲ୍ଲିକୋଟ, ୨୬/୧୧ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଶନିବାର ହୋଇଥିବା ବୋମା ମାଡ଼ରେ ଗ୍ରାମର ୨ ଜଣ ଯୁବକ ନିଳାଞ୍ଚଳ ଦାସ ଓ ଶୂନ୍ୟବାସ ଦାସ ଗୁରୁତର ଭାବେ ଆହତ ହୋଇଥିଲେ।  ଏଥିସହ ୧୭ ବର୍ଷର ନାବାଳକ ସୁଶାନ୍ତ ଦାସ ନିଖୋଜ ଥିଲା। ନାବାଳକ ସୁଶାନ୍ତ ଦାସଙ୍କୁ ଅପହରଣ କରି ବ୍ରାହ୍ମଣଦେଇ ପାହାଡ଼ରେ ରଖିଥିବା ବେଳେ ପୋଲିସ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଅପହରଣ ଓ ବୋମା ମାଡ କରିଥିବା ଅଭିଯୋଗରେ ସେହି ହରିପୁର ଗ୍ରାମର ଅଜୟ ଦାସ(୨୭),ବିଭୁ ଦାସ(୧୯),ଅଶୋକ ଦାସ(୨୩),ଅନୀଲ ଦାସ ଓରଫ ପୋଡା(୧୯)ଓ ରବି ଦାସ(୩୯) ଙ୍କୁ ପୋଲିସ ଗିରଫ କରିଛି । 

ବୋମା ମାଡ଼ରେ ଆହତ ହୋଇଥିବା ନିଳାଞ୍ଚଳ ଦାସ ଓ ସେହି ହରିପୁର ଗ୍ରାମର ନିରଞ୍ଜନ ଦାସ ଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହି ଆସିଛି । ପୂର୍ବରୁ ନିଳାଞ୍ଚଳ ଙ୍କ ପରିବାର ତରଫରୁ ହୋଇଥିବା ଆକ୍ରମଣ ରେ ନିରଞ୍ଜନ ଦାସ ଙ୍କ ବାପା ବଂଶୀଧର ଦାସ ଆହତ ହୋଇ ଥିଲେ ।ତାଙ୍କର ଗୋଡ଼ ରେ ଆଘାତ ହୋଇ ବର୍ତ୍ତମାନ ସେ ଘରେ ବସି ରହିଛନ୍ତି ।ତାଙ୍କର ଅଭିଯୋଗ କ୍ରମେ ଖଲ୍ଲିକୋଟ ଥାନାରେ ପୂର୍ବରୁ ଏକ ମାମଲା ରୁଜ୍ଜୁ ହୋଇଛି । ତେବେ ବାପାଙ୍କୁ  ହୋଇଥିବା ଆକ୍ରମଣ ର ପ୍ରତିଶୋଧ ନେବା ପାଇଁ ନିରଞ୍ଜନ ଷଡଯନ୍ତ୍ର ରଚନା କରିଥିଲେ ।ଏଥିରେ ସେ ଜିତୁ ଦାସ, ବିଭୁ ଦାସ, ଅଜୟ ଦାସ, ରଞ୍ଜନ ଦାସ, ରବି ଦାସ, ବାବୁ ଦାସ, ପ୍ରକାଶ ଦାସ, ଅଶୋକ ଦାସ ଓ ଅନୀଲ ଦାସ ଓରଫ ପୋଡାଙ୍କୁ ସାମିଲ କରିଥିଲା । ନିଳାଞ୍ଚଳ ଙ୍କ ଜଣେ ସମ୍ପର୍କୀୟ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୂଆଁଗଡ଼ ଗ୍ରାମର ଗୋଲେଖ ଦାସଙ୍କ ୧୭ ବର୍ଷୀୟ ନାବାଳକ ପୁଅ ସୁଶାନ୍ତ ଦାସ ହରିପୁର ଗ୍ରାମରେ ଚାଲିଥିବା ନାମଯଜ୍ଞ ଦେଖିବାକୁ ଆସିଥିଲା।  ତାକୁ ନିରଞ୍ଜନ ଓ ସାଥି ମାନେ ମିଶି ରାଜଘାଇ ନିକଟ ରୁ ଅପହରଣ କରି ନେଇଥିଲେ । ଉଦ୍ଦେଶ୍ୟ ଥିଲା ଯେତେବେଳେ ନିଳାଞ୍ଚଳ ଙ୍କ ପରିବାର ଲୋକେ ସୁଶାନ୍ତକୁ ଖୋଜି ଖୋଜି ପାହାଡ ଉପରକୁ ଯିବେ ସେଠାରେ ତାଙ୍କୁ ଜୀବନରୁ ମାରିଦେବା ।କିନ୍ତୁ ପାହାଡ଼ ଉପରକୁ କେହି ନ ଯିବାରୁ ତାଙ୍କ ଯୋଜନା ଭଣ୍ଡୁର ହୋଇଥିଲା । ଏହି ରାଗ ରେ ନିଳାଞ୍ଚଳ ଓ ତାଙ୍କ ସମ୍ପର୍କୀୟ ଭାଇ ଶୂନ୍ୟବାସ ଦାସ ସୁଶାନ୍ତ ସମ୍ପର୍କରେ ପଚାରିବାକୁ ଯିବା ବେଳେ ନିରଞ୍ଜନ ତାଙ୍କ ଉପରକୁ ବୋମା ପକାଇ ଥିଲେ ।ବୋମା ମାଡ଼ ରେ ଉଭୟେ ଗୁରୁତର ଆହତ ହୋଇଥିଲେ ।ତେବେ ଏହି ଘଟଣା ରେ ପୋଲିସ  ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ଅଛନ୍ତି ।ଏ ସମ୍ପର୍କରେ ସେମାନଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଉପସ୍ଥିତ ରହି ସମସ୍ତ ସୂଚନା ଦେଇଥିଲେ ।

ଆହୁରି ପଢନ୍ତୁ : ଅଟୋକୁ ଧକ୍କା ଦେଲା ଟ୍ରକ , ମହିଳା ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.