ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଛତ୍ରପୁର ବିଇଓଙ୍କ ୩ ଦାମୀ କୋଠା, ସମ୍ପତ୍ତି ତାଲିକା ଦେଲା ଭିଜିଲାନ୍ସ

ଛତ୍ରପୁର, ୩୧/୦୮ : ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା। ଆସିଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ସମ୍ପତ୍ତି ତାଲିକା। ଚଢାଉ ବେଳେ ୩ଟି ବିଲ୍ଡିଂ-ବ୍ରହ୍ମପୁର ରାମକୃଷ୍ଣନଗରରେ ଗୋଟିଏ ଦୁଇ ମହଲା ବିଲ୍ଡିଂ, ଗଞ୍ଜାମ ପୋଲସରାରେ ଦୁଇଟି ବିଲ୍ଡିଂ ଠାବ ହୋଇଛି। ଏହାସହ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା, ଗୋଟିଏ ୪ ଚକିଆ, ଦୁଇଟି ଦୁଇ ଚକିଆ ଯାନ ଠାବ ହୋଇଛି। ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଡିପୋଜିଟ୍‌ର ହିସାବ ଚାଲିଛି। 

ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ବିଇଓ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି। ଛତ୍ରପୁର କାର୍ଯ୍ୟାଳୟ, ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି ସ୍ଥାନରେ ରେଡ୍ ଚାଲିଛି। ଏହି ଚଢାଉରେ ୫ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୫ ଜଣ ଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। 

ବ୍ରହ୍ମପୁର ଖୋଡ଼ାସିଙ୍ଗି ନିକଟ ରାମକୃଷ୍ଣ ନଗର ସପ୍ତମ ଲାଇନ ଦୁଇ ମହଲା ବାସଭବନ, ଖୋଡାସିଙ୍ଗି ନିକଟ, ଶରଧାବାଲି ପ୍ରଥମ ଲାଇନ ବିଜୟ ଟାୱାର ୨, ପୋଲସରା କୋଳିସାହି ଦୁଇମହଲା କୋଠା, ବ୍ରହ୍ମପୁର କଳିଙ୍ଗ ନଗର ରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଛତ୍ରପୁର ବିଇଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି। ସମ୍ପୃକ୍ତ ବିଇଓଙ୍କ ନାମରେ ଭିଜିଲାନ୍ସରେ ମାଳ ମାଳ ଦୁର୍ନୀତିର ଲିଖିତ ଅଭିଯୋଗ ବହୁ ପୂର୍ବରୁ ରହିଥିଲା। ବିଭାଗୀୟ ତଦନ୍ତ ହୋଇଥିଲା। ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଛତ୍ରପୁର ବିଇଙ୍କ ଅଧୀନରେ ଚାକିରି କରୁଥିବା ଏବଂ ୧୨ଜଣ ଶିକ୍ଷକଙ୍କ ବିରୁଦ୍ଧରେ ଚାଲିଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ବିଇଓ ନିକଟରେ ବନ୍ଦ କରିଥିବା ନେଇ ଭିଜିଲାନ୍ସରେ ମଧ୍ୟ ଅଭିଯୋଗ ହୋଇଥିଲା।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.