ବେଲଗୁଣ୍ଠା ୦୨/୦୯ ଗଞ୍ଜେଇ ଚୋରା ଚାଲାଣ କରୁ୍ଥିବା ବେଳେ ଦୁଇ ବଙ୍ଗାଳୀ ବ୍ୟବସାୟୀ ଗାଙ୍ଗପୁର ପୋଲିସ୍ ହାତରେ ଧରାପଡ଼ି କୋର୍ଟ ଚାଲାଣ ହୋଇଛନ୍ତି I ସୂଚନା ଅନୁସାରେ ପଶ୍ଚିମ ବଙ୍ଗ ମୂର୍ସିଦାବାଦ୍ ଅଞ୍ଚଳର ଦୁଇ ଜଣ ବ୍ୟବସାୟୀ ସମନ୍ ଶେଖ୍ ଏବଂ ସୁମନ୍ ଶେଖ୍ ଗଞ୍ଜେଇ ଚୋରା ଚାଲାଣ କରୁ୍ଥିବା ନେଇ ଗାଙ୍ଗପୁର ପୋଲିସ୍ ପାଖରେ ଖବର ପହଞ୍ଚିଥିଲା । ଖବର ପାଇ ପୋଲିସ୍ ଟିମ୍ କଣ୍ଟେଇପଲ୍ଲୀ ଛକ ନିକଟରେ ଉଭୟଙ୍କୁ କାବୁ କରି ସେମାନଙ୍କ ନିକଟରୁ ୫ କିଲୋ ୭ ଶହ ୫୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ I ଉଭୟଙ୍କ ବିରୁଦ୍ଧରେ 447/24 ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।