ପ୍ରମୂଖ ଖବର
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

୧୫ ମେଡିକାଲ କଲେଜରେ ଖାଲିପଡିଛି ୪୩୬ ଶୈକ୍ଷିକ ପଦବୀ :ସ୍ୱାସ୍ଥ୍ୟମନ୍ତ୍ରୀ

Published By : Prameya | March 25, 2025 10:29 PM

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଦୟନୀୟ ଅବସ୍ଥାରେ ସରକାରୀ ମେଡିକାଲ କଲେଜ ହସ୍ପିଟାଲ । ରାଜ୍ୟର ମୋଟ ୧୫ଟି ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଖାଲିପଡିଛି ମୋଟ ୪୩୬ ଶୈକ୍ଷିକ ପଦବୀ ଖାଲିପଡିଛି । ସେଥିମଧ୍ୟରେ ରେଗୁଲାର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି । ସୋମବାର  ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।

  ତଥ୍ୟ ଅନୁସାରେ, ଏବେ ରାଜ୍ୟରେ କୋରାପୁଟ, ବାରିପଦା, ବଲାଙ୍ଗିର, ବାଲେଶ୍ୱର, ପୁରୀ, ସୁନ୍ଦରଗଡ, କେନ୍ଦୁଝର, ଭୁବନେଶ୍ୱର, କଳାହାଣ୍ଡି, ଯାଜପୁର, କଟକ, ବ୍ରହ୍ମପୁର, ସମ୍ବଲପୁର ବୁର୍ଲା, ଫୁଲବାଣୀ ଓ ତାଳଚେରରେ ମୋଟ ୧୫ଟି ମେଡିକାଲ କଲେଜ ରହିଛି । ଏହି ମେଡିକାଲ କଲେଜରେ ମୋଟ ପ୍ରଫେସର ପଦବୀ ସଂଖ୍ୟା ୩୯୦, ଆସୋସିଏଟ ପ୍ରଫେସର ପଦବୀ ସଂଖ୍ୟା ୫୯୧ ଓ ଆଶିଷ୍ଟାଣ୍ଟ ପ୍ରଫେସର ପଦବୀ ସଂଖ୍ୟା ୧୦୯୦ ରହିଛି । ସେଥିମଧ୍ୟରୁ ୧୦୧ ପ୍ରଫେସର, ୨୧୭ ଆସୋସିଏଟ୍‌ ପ୍ରଫେସର ଓ ୧୧୮ଟି ଆଶିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲିପଡିଛି । ସେହିପରି ଏହି ୧୫ଟି ମେଡିକାଲ କଲେଜ ହସ୍ପିଟାଲରେ ୭୮୪ଟି ସିନିଅର ରେସିଣ୍ଡେଣ୍ଟ ପଦବୀ ଖାଲିଥିବା ବେଳେ ସେଥିମଧ୍ୟରୁ ୪୭୪ ପଦବୀ ଖାଲିପଡିଛି । ୪୨୪ ଟିଉଟରଙ୍କ ମଧ୍ୟରୁ  ୬୩ ପଦବୀ ଓ ୨୭୨ ଜୁନିଅର ରେସିଣ୍ଡେଣ୍ଟଙ୍କ ମଧ୍ୟରୁ ୮୧ଟି ପଦବୀ ଖାଲିପଡିଛି । 

  ଏବେ ଓଡିଶାରେ ମୋଟ ୬୨୩ଟି ନର୍ସଂ କଲେଜ ଓ ନର୍ସିଂ ତାଲିମ ଅନୁଷ୍ଠାନ  ଅଛି । ଏସବୁଥିରେ ମୋଟ ସିଟ୍‌ ସଂଖ୍ୟା ହେଉଛି ୫୫ହଜାର ୫୧୩ । ସେଥିମଧ୍ୟରୁ ୩୦ଗୋଟି ସରକାରୀ ଓ ୫୯୩ଟି ବେସରକାରୀ ନର୍ସିଂ କଲେଜ ଓ ନର୍ସଂ ତାଲିମ ଅନୁଷ୍ଠାନ ରହିଛି । ଗତ ୨୦୨୪-୨୫ ବର୍ଷରେ ୩୧ହଜାର ୧୯୬ଜଣ ଛାତ୍ରଛାତ୍ରୀ ନର୍ସିଂ ପାଇଁ ନାମ ଲେଖାଇଥିଲେ । ସେହିପରି ସରକାରଙ୍କ ଦ୍ୱାରା ୨୦୨୧ ମସିହାରେ ୫୬୯୫ ଓ ୨୦୨୩ରେ ୩୭୩୨ଜଣ ନର୍ସିଂ ଅଫିସର ନିଯୁକ୍ତି ପାଇଛନ୍ତି । ଏହାବାଦ୍‌ ୨୦୨୫ରେ ୨୭୫୩ଜଣ ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ୨୦୨୪-୨୫ରେ ରାଜ୍ୟରେ ୧୫୪ଟି ନୂତନ ବେସରକାରୀ ନର୍ସିଂ କଲେଜ ଖୋଲିବା ପାଇଁ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ୨୦୨୫-୨୬ରେ ୩୨୭ଟି  ବେସରକାରୀ ନର୍ସିଂ କଲେଜ ଖୋଲିବା ପାଇଁ ଆବେଦନ ପ୍ରାପ୍ତ ହୋଇଛି । ବିଧାୟକ ଅରୁଣ କୁମାର ସାହୁ ଓ ପଦ୍ମ ଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ ଡ. ମହାଲିଙ୍ଗ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.