ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ

Published By : Harapriya Sethi | March 26, 2025 9:40 AM

ଭୁବନେଶ୍ୱର,୨୬/୦୩: ବହୁ ଚର୍ଚ୍ଚିତ ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣାକୁ ହାତକୁ ନେଲା କ୍ରାଇମ୍‌ବ୍ରାଞ୍ଚ । ହତ୍ୟାକାରୀ ବାପା ପ୍ରକାଶକୁ ଗିରଫ କରି ବୁଧବାର ସିନ୍‌ ରିକ୍ରିଏସନ କରୁଛି ଧାନଚେଙ୍ଗଡ଼ା କ୍ରାଇମବ୍ରାଞ୍ଚ ଟିମ୍‌ । ଗତ ୧୦ତାରିଖରେ ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଗାଁରେ ଘଟିଥିଲା ଅଭାବନୀୟ ଘଟଣା। 

ସୂଚନା ମୁତାବକ, ୨ୟ ବିବାହକୁ ବିରୋଧ କରିବାକୁ ନିଜର ଜନ୍ମ କଲା ଦୁଇ ପୁଅକୁ ହତ୍ୟା କରିଥିଲା ଜହ୍ଲାଦ ବାପା । ୧୦ ତାରିଖରେ ଦୁଇ ଭାଇଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଘଟଣାରେ ମାମୁଁ ଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ଧାନଚାଙ୍ଗଡ଼ା ଗ୍ରାମର ପ୍ରକାଶ ମହାନ୍ତି ଓ ଜେଜେ ମା ସୋରୀ ମହାନ୍ତି ରବିବାର ରାତିରେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ହତ୍ୟା କରିବାର ସାତ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ କିନ୍ତୁ ବାରମ୍ବାର ବିଫଳ ହୋଇଥିଲେ। ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ଲାଟିନ ଘରେ ଶୁଆଇ ଦେଇଥିଲେ । ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ । ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରୀ ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ସୁଭିନଥିଲା।

ପରେ ସାନ ପୁଅ ବିକାଶକୁ ତଣ୍ଟି ଚପି ହତ୍ୟା କରିଥିଲେ । ପରେ ଦୁଇ ଭାଇଙ୍କ ହାତ ବାନ୍ଧି ଗୋଟିଏ ରସିରେ ଓହଳାଇ ଦେଇଥିଲେ । ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ପ୍ରକାଶ । ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସବୁ ସତ୍ୟ ସାମ୍ନାକୁ ଆସିଛି । ପୋଲିସ ଆଗରେ ସବୁ ସତ ମାନିଛି ପ୍ରକାଶ । ପ୍ରକାଶ ଓ ଜେଜେ ମା ସୌରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଅଧିକ ତଦନ୍ତ ପାଇଁ କେସ୍‌କୁ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇଥିଲା । ବୁଧବାର ଅଭିଯୁକ୍ତ ଜେଜେମାଆ ଓ ବାପାକୁ ନେଇ ସିନ୍‌ ରିକ୍ରିଏସନ କରୁଛି କ୍ରାଇମ୍‌ବ୍ରାଞ୍ଚ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.