ଭୁବନେଶ୍ୱର, ୦୯/୦୪: ନୂଆଗାଁ ଥାନା ସଂପଡା ନିକଟରେ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା କାର୍ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଗିରିଜା ବେହେରା ଏବଂ ରଚନା ବେହେରାଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଆହତମାନେ ବଲାଙ୍ଗୀର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ସଂପଡା ନିକଟରେ ଏବଳି ଘଟଣା ଘଟିଛି ।
ସୂଚନା ମୁତାବକ, ବୁଧବାର ଭୋରୁ ବଲାଙ୍ଗୀର ଅଞ୍ଚଳର ଗିରିଜା ବେହେରାଙ୍କର ଡାଇଲିସିସ୍ କରିବା ପାଇଁ ସମ୍ପର୍କୀୟମାନେ ଏକ ଇନୋଭା କାରରେ କଟକ ଆସୁଥିଲେ । ଏହି ସମୟରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସଂପଡା ନିକଟରେ ଆଗରେ ଯାଉଥିବା ହାଇୱା ହଠାତ୍ ବ୍ରେକ୍ ମାରିଥିଲା । ଯାହା ଫଳରେ କାର୍ଟି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକ୍ ତୁରନ୍ତ ପୋଲିସକୁ ଖବର ଦେଇତିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି । ଗୁରୁତର ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଆହତମାନେ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।