ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଜମିଜମା ବିବାଦକୁ ନେଇ ହତ୍ୟା ଘଟଣା, ୨ ଗିରଫ

Published By : Prameya | February 10, 2025 4:42 PM

ନୟାଗଡ, ୧୦।୨ : ନୟାଗଡ ଜିଲ୍ଲା ଗଣିଆ ଥାନା ଉପରହଦପଶି ଗାଁର ଚରଣ ବେହେରା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦ।ଫାଶ କରିଛି ନୟାଗଡ ପୋଲିସ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଏବେବି ଫେରାର୍‌ ଅଛି । ଜମିଜମା ବିବାଦକୁ କେନ୍ଦ୍ର କରି ପିଣ୍ଟୁ ବେହେରା, ମାନସ ଡାଙ୍ଗୁଆ ଓ ଜିତେନ୍ଦ୍ର ଡାଙ୍ଗୁଆ ଚରଣଙ୍କୁ ହତ୍ୟା କରିଥିବା ଅତିରିକ୍ତ ଏସ୍‌ପି କହିଛନ୍ତି । ୩ ଅଭିଯୁକ୍ତଙ୍କ ମଧ୍ୟରୁ ପିଣ୍ଟୁ ଓ ମାନସକୁ ପୋଲିସ ଗିରଫ କରିଥିବାବେଳେ ଜିତେନ୍ଦ୍ର ଫେରାର୍‌ ରହିଛି ।   

ନୟାଗଡ ଜିଲ୍ଲା ଗଣିଆ ଥାନା ହଦପଶି ଗାଁର ଚରଣ ବେହେରା ଗତ ୩୦ତାରିଖ  ଅପରାହ୍ନ ୪ଟା ପରଠାରୁ ନିଖୋଜ ଥିଲେ ।   ନିଖୋଜର ପରଦିନ ବହୁ ଖୋଜାଖୋଜି ପରେ ଗାଁ ରାସ୍ତାର ଏକ ବିଲ ମଧ୍ୟରେ ପ୍ରବଳ ରକ୍ତ ପଡିଥିବା ଏବଂ ସେହି ସ୍ଥାନରେ ଚରଣଙ୍କ ଏଟିଏମ୍‌. କାର୍ଡ , କିଛି ଚପଲ. ମଦ ବୋତଲ ଓ ଘୋଷଡା ଦାଗ ପଡିଥିଲା। ଏହା  ଦେଖିବା ପରେ   ଚରଣଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଏନେଇ ପରିବାର ଲୋକ ୩୧ତାରିଖରେ ଗଣିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ୩ଟି ଟିମ୍‌ ଗଠନ କରି ତଦନ୍ତ କରିଥିଲା।  ଘଟଣାର ୭ଦିନ ପରେ ପ୍ରଥମେ ପିଣ୍ଟୁକୁ   ପୋଲିସ ଗିରଫ କରିଥିଲା।  ତାଙ୍କୁ ପଚରାଉଚରା  ପରେ କନ୍ଧମାଳ ଜିଲ୍ଲା ଖଜୁରିପଡା ଜଙ୍ଗଲରୁ ଚରଣଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ପରେ ଅନ୍ୟଜଣେ ଅଭିଯୁକ୍ତ ମାନସକୁ ପୋଲିସ ଗିରଫ କରିଛି । 

୩ ଅଭି‌ଯୁକ୍ତ ଚରଣଙ୍କ ସହ ମିଶି ମଦ୍ୟପାନ କରୁଥିଲେ। ଏହି  ସମୟରେ ପୂର୍ବ ଜମିଜମା ବିବାଦକୁ ସମାଧାନ କରିବା ପାଇଁ ଚରଣଙ୍କୁ ସେମାନେ କହିଥିଲେ । ସେ ଏଥିରେ କିନ୍ତୁ ରାଜି ହୋଇ ନ ଥିଲା।  ୩ଜଣ ମିଶି ଚରଣଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ। ପରେ ଏକ ଆଇଚର୍‌ ଗାଡିରେ ମୃତଦେହକୁ ନେଇ ଖଜୁରିପଡା ଜଙ୍ଗଲରେ ଫିଙ୍ଗିଥିବା ଦୁଇ ଅଭିଯୁକ୍ତ ସ୍ଵୀକାର କରିଥିବା ଅତିରିକ୍ତ ଏସପି କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.