ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ

Published By : Harapriya Sethi | February 8, 2025 8:56 AM

ଭୁବନେଶ୍ୱର,୦୮/୦୨: କୁମ୍ଭାରୀ ଛକରେ ବୋମାମାଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବୋମା ଫୋପାଡ଼ିଲା ସ୍ୱାମୀ । ସ୍ତ୍ରୀ କାମ କରୁଥିବା ଦୋକାନ ମାଲିକଙ୍କ ଉପରକୁ ସ୍ୱାମୀ ଫୋପାଡିଲା ଗୋଡି ବୋମା । ଦୁର୍ଘଟଣାରେ ଆହତ ହେଲେ ଦୋକାନ ମାଲିକ ସନ୍ତୋଷ । ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୁମ୍ଭାରୀ ଛକରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ସନ୍ତୋଷ ରାଜସୁନାଖଳାର କୁମ୍ଭାରୀ ଛକରେ କରିଥିବା ବର୍ଷା ଆଇସ୍ ପାର୍ଲରରେ ବୋଲଗଡ ଥାନା ଅଞ୍ଚଳର ବିକାଶଙ୍କ ସ୍ତ୍ରୀ କାମ କରନ୍ତି । ବିକାଶ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ପାଇଁ ଆବେଦନ ହୋଇଥିବା ଜଣାପଡିଛି । ସନ୍ତୋଷ ଏବଂ ବିକାଶଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବା ବିକାଶ ସନ୍ଦେହ କରୁଥିଲେ । ଶେଷରେ ଶୁକ୍ରାବାର ରାତି ପ୍ରାୟ ୧୧ଟା ୩୦ ସମୟରେ ସନ୍ତୋଷ ଦୋକାନ ବନ୍ଦ କରି ଯାଉଥିବା ସମୟରେ ତାଙ୍କ ଉପରକୁ ହଠାତ୍ ଗୋଡିବୋମା ଫୋପାଡିଦେଇ ପଳାଇଥିଲେ ବିକାଶ । ଏଥିରେ ସନ୍ତୋଷଙ୍କ ଦୁଇଗୋଡରେ ଆଘାତ ଲାଗିଛି । ଏହା ଦେଖି ସ୍ଥାନୀୟ ଲୋକମାନେ ସନ୍ତୋଷଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲେ । ପରେ ଏନେଇ ଖବର ପାଇବା ପରେ ରାଜସୁନାଖଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଧରିପାରିନାହଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.