ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରହସ୍ୟରେ ଆଇଟିଆଇ ଛାତ୍ରୀଙ୍କ ଆତ୍ମହତ୍ୟା: ଶ୍ମଶାନରୁ ହାଡ଼ପାଉଁଶ ଜବତ କଲା ସାଇଣ୍ଟିଫିକ ଟିମ୍‌, ଛାତ୍ରୀଙ୍କ ଫୋନ୍‌ର ଯାଞ୍ଚ କରୁଛି ପୋଲିସ

କୃଷ୍ଣପ୍ରସାଦ,୨୬/୦୮: ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ସିଆଣ୍ଡି ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର ଏକ ଆଇଟିଆଇ କଲେଜ ଛାତ୍ରୀ ସୋନାଲିକା ଜେନାଙ୍କ ମୃତ୍ୟୁକୁ ନେଇ  କଲେଜରେ ଗ୍ରାମବାସୀ ଭଙ୍ଗାରୁଜା କରିବା ସହ  କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁବାର ଛାତ୍ରୀଙ୍କ ଶବଦାହ ସରିଥିବା ବେଳେ ଶୁକ୍ରବାର ପୁଲିସ ଶ୍ମଶାନକୁ ଯାଇ  ହାଡ଼ପାଉଁଶ ଜବତ କରି ପରୀକ୍ଷା ପାଇଁ ପଠାଇଛି ।  

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ  ସୋନାଲିକା ଗୁରୁବାର କଲେଜରୁ ଫେରି ନିଜ  ଶୋଇବା ଘରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପରେ ତାଙ୍କ ମୋବାଇଲ ଫୋନ୍‌କୁ ଏକ ଅଜଣା ନମ୍ବରରୁ  ବାରମ୍ବାର କଲ୍‌ ଆସିଥିଲା । ପରିବାର ଲୋକେ ଉକ୍ତ  କଲଟି କାହାର ବୋଲି ଯାଞ୍ଚ କରିବାରୁ ତାହା ଉକ୍ତ  କଲେଜର ଜଣେ ଛାତ୍ରଙ୍କର ବୋଲି ଜଣାପଡ଼ିଥିଲା ।  ତେଣୁ ସେହି ଛାତ୍ରଙ୍କ ପାଇଁ ତାଙ୍କ ଝିଅ ଆତ୍ମହତ୍ୟା  କରିଛି ବୋଲି ସେମାନଙ୍କ ସନ୍ଦେହ ଦୃଢ଼ୀଭୂତ  ହୋଇଥିଲା । ଶବଦାହ ପରେ ଗ୍ରାମବାସୀ କଲେଜକୁ  ଯାଇ ହୋହଲ୍ଲା କରିଥିଲେ । କଲ କରିଥିବା ଛାତ୍ର ତାଲିମ କେନ୍ଦ୍ରରେ ନଥିବାରୁ ସେମାନେ ଅଧିକ ଉଗ୍ର  ହୋଇଉଠିଥିଲେ । ତାଲିମ କେନ୍ଦ୍ର ସମ୍ମୁଖରେ ଟାୟାର  ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଲେଜର  କବାଟ ଝରକା ଭଙ୍ଗାରୁଜା କରିଥିବା ସହ କର୍ମଚାରୀ  ଓ ଛାତ୍ରାବାସର କିଛି ଛାତ୍ରଙ୍କୁ ମଧ୍ୟ ମାଡ଼ ମାରିଥିଲେ ।  ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି  କଲେଜ ଅଧ୍ୟକ୍ଷ ପୁଲିସକୁ ଖବର  ଦେଇଥିଲେ । ପୁଲିସ ଗୁରୁବାର  ରାତି ୧୦ଟାରେ ତାଲିମ କେନ୍ଦ୍ରରେ  ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା  କରିବା ସହ ଛାତ୍ରାବାସର ସୁରକ୍ଷା  ନିମନ୍ତେ ଫୋର୍ସ ମୁତୟନ କରିଥିଲା । 

ଶୁକ୍ରବାର ସକାଳେ ପୁରୀରୁ ଏକ ସାଇଣ୍ଟିଫିକ  ଟିମ୍‌ ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ  ପତି, ଏସଡିପିଓ ରବି ନାରାୟଣ ଭଞ୍ଜ ଗୋପାଳପୁର  ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।  ଅଧିକାରୀମାନେ ଛାତ୍ରାବାସରେ ଥିବା  ଛାତ୍ରଛାତ୍ରୀ, କର୍ମଚାରୀ ଓ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା  କରିଥିଲେ । ଟିମ୍‌ ଶେଷରେ ଶ୍ମଶାନରୁ  ହାଡ଼ ପାଉଁଶ ଜବତ କରି ପରୀକ୍ଷା ପାଇଁ  ପଠାଇଛି । ପରିବାର ଲୋକଙ୍କଠାରୁ  ଛାତ୍ରୀଙ୍କ ମୋବାଇଲ ଫୋନ୍‌ ଓ ଆଇ  କାର୍ଡ ମଧ୍ୟ ପୁଲିସ ଜବତ କରି ନେଇଛି । ଏନେଇ  କୃଷ୍ଣପ୍ରସାଦ ଥାନାରେ ଏକ ଅପମୃତ୍ୟୁ ମାମଲା  ରୁଜୁ ହୋଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ  ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.