ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

Published By : Harapriya Sethi | March 28, 2025 7:29 AM

ଖନ୍ତାପଡ଼ା,୨୮/୦୩ : ମର୍ଣ୍ଣିଙ୍ଗ୍ ୱାକ୍‌ କରୁଥିବା ସମୟରେ ପଛପଟୁ ଧକ୍କା ଦେଲା ଆଇଚର୍‌ । ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ ନୂଆପଡ଼ା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ଜେନାଙ୍କ ପୁଅ ବିଜୟ କୁମାର ଜେନା (୨୪) । ୧୬ ନଂ ଜାତୀୟ ରାଜପଥ ଗୁଣୁଦା ଛକଠାରେ ଏଭଳି ଘଟଣା ଘଟିଛି । 

ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ସୂଚନା ଅନୁଯାୟୀ, ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ପଣପଣା ପଞ୍ଚାୟତ ନୂଆପଡ଼ା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ଜେନାଙ୍କ ପୁଅ ବିଜୟ କୁମାର ଜେନା (୨୪) ୧୬ ନଂ ଜାତୀୟ ରାଜପଥରେ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଥିଲେ । ଏହି ସମୟରେ ସୋର ପଟୁ ଏକ ନାଲି ରଙ୍ଗର ଆଇଚର ଗାଡି ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଦୁର୍ଘଟଣା ଫଳରେ ବିଜୟଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଚେତା ଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖନ୍ତାପଡ଼ାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର କମଳାକାନ୍ତ ବେହେରା ଦେଖିବା ପରେ ଯୁବକ ଜଣକ ମୃତ ବୋଲି ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁ ଖବର ଜାଣିବା ପରେ ମେଡିକାଲ ପରିସର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମେଡିକାଲ ତରଫରୁ ଯୁବକଙ୍କ ମୃତ୍ୟୁ ଖବର ଖନ୍ତାପଡ଼ା ଥାନାକୁ ଜଣାଇଥିବା ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.