ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ବାଲେଶ୍ୱରରେ ପାରଦ ଉପରମୁହାଁ, ଏପ୍ରିଲରୁ ଖୋଲିବ ଜଳଛତ୍ର

Published By : Harapriya Sethi | March 29, 2025 8:26 AM

ବାଲେଶ୍ୱର,୨୯/୩: ପାରଦ ଉପରମୁହାଁ ହେଉଛି । ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଥିବାବେଳେ ୨୧ ତାରିଖରେ କାଳବୈଶାଖୀର ପ୍ରଭାବ ଯୋଗୁଁ ଜିଲ୍ଲାରେ ତାତିରେ ବ୍ରେକ୍‌ ଲାଗିଥିଲା । କିନ୍ତୁ ଗୁରୁବାରଠାରୁ ସହରରେ ପୁଣି ଅସହ୍ୟ ଗରମ ସହିତ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ ୯ଟାକୁ ଘରୁ ପଦାକୁ ବାହାରିବା କଷ୍ଟ ହୋଇ ପଡ଼ୁଛି । ଟାଣ ଖରାରେ ମୁଣ୍ଡ ବୁଲାଇବା ସହିତ ହାଲିଆ ଲାଗୁଛି । ଯାତାୟାତ କରୁଥିବା ବାଟୋଇ ଛାଇ ଜାଗା ଦେଖି ଅଟକି ଯାଉଛନ୍ତି । ଶୋଷ ଲାଗିବାରୁ ଥଣ୍ଡା ପାନୀୟ, ପାଣି ବୋତଲ କିଣି ପିଉଛନ୍ତି । ଏତେ ସବୁ ସତ୍ତେ୍ୱ ସହର ଜନଗହଳି ସ୍ଥାନ, ଛକ, ବଜାରରେ ସରକାରୀ ସ୍ତରରେ କୌଣସି ଜଳଛତ୍ର ଖୋଲା ହୋଇନି । 

ଖରାଦିନେ ଜଳକଷ୍ଟକୁ ଦୃଷ୍ଟିରେ ରଖି ଚଳିତ ମାସ ୭ ତାରିଖରେ ଏକ ବୈଠକରେ ଜିଲ୍ଲାପାଳ ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ୍‌, ଛକ, ବଜାର ଭଳି ସମସ୍ତ ଜନ ଗହଳି ସ୍ଥାନରେ ଜଳଛତ୍ର ଖୋଲି ପାନୀୟ ଜଳର ବ୍ୟବସ୍ଥା ପାଇଁ ଗୁରୁତ୍ୱାରୋପ କରିଥିଲେ । ଅଚଳ ନଳକୂପ ମରାମତି ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହାରି ଭିତରେ ଏକମାସ ପୂରିବାକୁ ବସିଲାଣି । କିନ୍ତୁ ଏପର୍ଯ୍ୟନ୍ତ ନଳକୂପ ମରାମତି ହୋଇନି, କି  ଗୋଟିଏ ବି ଜଳଛତ୍ର ଉଦ୍‌ଘାଟନ ହେଲାନି । ସରକାରୀ ସ୍ତରରୁ ମଧ୍ୟ ଏଥିପାଇଁ ସବୁ ବର୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହି ଦାୟିତ୍ୱ ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇଥିବା ବେଳେ ବାଲେଶ୍ୱର ପୌରପାଳିକା ଉପଯୁକ୍ତ ସମୟରେ ଏହା କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଶୁକ୍ରବାର ସହରର ତାପମାତ୍ରା ୩୯ ଡିଗ୍ରୀ ଥିଲା । ଯାହାକି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା । 

ତାତି ବଢ଼ୁଥିବା ବେଳେ ୩୧ ତାରିଖ ଭିତରେ ପାରଦ ୪୦ ଡିଗ୍ରୀ ପାର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି । ପୌରପାଳିକା ପକ୍ଷରୁ ୧୮ଟି ସ୍ଥାନରେ ଜଳଛତ୍ର ଖୋଲା ହୋଇଥିଲା । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ାଯାଇ ଅଧିକ ୬ଟି ସ୍ଥାନରେ ନୂତନ କରି ଜଳଛତ୍ର ଖୋଲିବାର ଯୋଜନା ସହରରେ ଖୋଲିବ ୨୪ କ୍ସଏସ୍‌ଏଚ୍‌ଜିକୁ ମିଳିବ ଦାୟିତ୍ୱ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟରେ ରଖି ପ୍ରତିବର୍ଷ ସହରରେ ସରକାରୀ, ବେସରକାରୀ, ବିଭିନ୍ନ ସଂସ୍ଥା, ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜଳଛତ୍ର ଖୋଲା ଯାଇଥାଏ । ଚଳିତ ବର୍ଷ ମାର୍ଚ୍ଚ ଶେଷ ହେବାକୁ ବସିଲାଣି । କିନ୍ତୁ ସହରରେ ଏଯାଏ ଜଳଛତ୍ର ଖୋଲିନାହିଁ । 

ସୂଚନା ମୁତାବକ, ଗତ ବର୍ଷ ସହରରେ କରାଯାଇଛି । ବାଣେଶ୍ୱର ମନ୍ଦିର ଛକ, ପାତ୍ରପଡ଼ା, ସୁନହଟ, ମଠସାହି ତାରିଣୀ ଛକ, ହେମକାପଦା, ଆଜିମାବାଦ, କଚେରୀ ହାଟ, ଷ୍ଟେସନ୍‌ ଛକ, ସୁଏଲପୁର, ଆଇଟିଆଇ, ଏଡିଏମ୍‌ ଛକ, ରାଣିପାଟଣା ଭେଟେନାରୀ ହସ୍ପିଟାଲ, ବିବେକାନନ୍ଦ ମାର୍ଗ, ବଙ୍କାଖେଜୁରୀ ଛକ, ବଡ଼ପୋଲ ଛକ, ଟାଉନ୍‌ ହଲ, ଲକ୍ଷ୍ମୀନାରାୟଣ ମନ୍ଦିର, ଗାନ୍ଧିସ୍ମୃତି ଭବନ ଭଳି ସହରର ଛକ ବଜାର ସ୍ଥାନରେ ମୋଟ ୨୪ଟି ଜଳଛତ୍ର ଖୋଲାଯିବ । ଏହି ସବୁ ଜଳ ବିତରଣ କେନ୍ଦ୍ରର ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଏଜି) ଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରତ୍ୟେକ ଦିନ ୨ଜଣ ମହିଳା ସେଠାରେ ରହି ଲୋକଙ୍କୁ ପାଣି ଦେବା ସହିତ ପାଣି ଫିଲ୍ଟର ଆଣିବା ଭଳି ବିଭିନ୍ନ କାର୍ଯ୍ୟ କରିବେ । ରକ୍ଷଣାବେକ୍ଷଣ ପାଇଁ ଦିନକୁ ୪୫୦ଟଙ୍କା ଲେଖାଏଁ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ପୌରଧ୍ୟକ୍ଷା ସବିତା ସାହୁ କହିଛନ୍ତି । ଏପ୍ରିଲ୍‌ ପହିଲାରୁ ସହରର ସମସ୍ତ ଜଳଛତ୍ର ଉଦ୍‌ଘାଟନ କରାଯାଇ ଜଳ ବିତରଣ ହେବ । ଏହି ଜଳଛତ୍ର ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଦାୟିତ୍ୱ ତୁଲାଇବା ପାଇଁ ଏସ୍‌ଏଚ୍‌ଏଜି ମହିଳା ନିୟୋଜିତ ମଧ୍ୟ ହୋଇସାରିଥିବା କହିଛନ୍ତି ଶ୍ରୀମତୀ ସାହୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.