ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଜାଲ୍ ଦସ୍ତଖତରେ ୨୨ଲକ୍ଷ ଚଳୁ ; ବିବିସିସି ଆକାଉଣ୍ଟାଣ୍ଟଙ୍କୁ ବାନ୍ଧିଲା ଭିଜିଲାନ୍ସ

Published By : Prameya | March 30, 2025 11:29 PM

ବାଲେଶ୍ୱର,୩୦/୩ : ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ (ବିବିସିସି) ଜମାକାରୀଙ୍କ ଆକାଉଣ୍ଟ୍‌ରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ଆକଉଣ୍ଟାଣ୍ଟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଅଭିଯୁକ୍ତ ହେଲେ ବାଲିଆପାଳ ଶାଖା ଅଧୀନସ୍ଥ ଲଙ୍ଗଳେଶ୍ୱରସ୍ଥିତ ବଣିଆଡିହା ସୋସାଇଟିରେ ସତ୍ୟଅଞ୍ଜନ ଦେ । ସତ୍ୟଅଞ୍ଜନ ଦୀର୍ଘ ୯ ବର୍ଷ ଧରି ଜାଲ୍‌ ଦସ୍ତଖତ ଜରିଆରେ ପ୍ରାୟ ୨୨ ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି । ବଣିଆଡିହା ସୋସାଇଟିରେ ସତ୍ୟଅଞ୍ଜନ ଦୀର୍ଘ ଦିନ ଧରି ଆକାଉଣ୍ଟାଣ୍ଟ କାର୍ଯ୍ୟ କରୁଥିଲେ । ସମ୍ପୃକ୍ତ ସୋସାଇଟିର ଜମାକାରୀଙ୍କ ଆକାଉଣ୍ଟରୁ ସରକାରୀ ଅନୁଦାନ ଅର୍ଥକୁ ସେ ଜାଲ୍‌ ଦସ୍ତଖତ ଜରିଆରେ ଉଠାଇ ନେଉଥିଲେ । ସେହି ବାବଦରେ ଜାଲ ଉଠାଣ ରସିଦ୍‌ ବ୍ୟାଙ୍କ୍‌ରେ ଜମା କରୁଥିଲେ । 

୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୯ ବର୍ଷ ଯାଏ ଏହି ଭଳି ଜାଲ୍‌ କାର୍ଯ୍ୟ ମାଧ୍ୟମରେ ସେ ୨୨ ଲକ୍ଷ ୧୮ ହଜାର ୬ଶହ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋଳତାଡ଼ ପରେ ସତ୍ୟଅଞ୍ଜନଙ୍କୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ ୨୦୧୮ ଅନୁସାରେ ବାଲେଶ୍ୱର ଭିଜିଲାନ୍ସ ଥାନା ନଂ୩/୨୦୨୫ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ସତ୍ୟଅଞ୍ଜନଙ୍କୁ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.