ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ସମସ୍ୟା ଘେରରେ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଇନଚାର୍ଜଙ୍କ ବଦଳି ପରେ ନିଯୁକ୍ତି ମିଳିନି

Published By : Prameya | March 31, 2025 11:02 PM

ଗୋପବନ୍ଧୁ ନଗର,୩୧ ।୩(ଆପ୍ର): ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ସମାଧାନ ହୋଇପାରୁନି  । ପ୍ରଶାସନ ଓ ବିଭାଗୀୟ ଅବହେଳା ତଥା ଆନ୍ତରିକତା ଅଭାବରୁ ଗୋପବନ୍ଧୁ ନଗର ବ୍ଲକ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣଦେଖାରେ ଚାଲିଛି । ଉକ୍ତ ବ୍ଲକର ଏହା ମୁଖ୍ୟ ଡାକ୍ତରଖାନା । ଏହା ଅଧିନରେ କୁଆମରା, ମାଙ୍କଡକେନ୍ଦା, ସାଇଁକୁଳା, ରାଣୀବନ୍ଧ ଓ କୁଶଳଦା ଆଞ୍ଚଳିକ ଡାକ୍ତରଖାନା ଭାବେ କାର୍ଯ୍ୟ କରୁଛି । ମାତ୍ର ପରିତାପର ବିଷୟ ଆବଶ୍ୟକୀୟ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହି ଡାକ୍ତରଖାନା ଉପରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି । ଏଠାରେ ମୋଟ ୨୨ ଡାକ୍ତର ପଦବୀ ଥିବାବେଳେ ଏବେ ମାତ୍ର ୬ ଜଣ ଡାକ୍ତରଙ୍କୁ ନେଇ କାର୍ଯ୍ୟ ଚାଲିଛି । ଫାର୍ମାସିଷ୍ଟ ପଦ ୪ ଥିବା ବେଳେ ଦୀର୍ଘ ବର୍ଷ ଧରି ଗୋଟିଏ ପଦ ଶୂନ୍ୟ ପଡିଛି । ୧୬ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ରେ ୪ ବିଶେଷଜ୍ଞ ପଦ ଥିବା ବେଳେ ଜଣେ ମାତ୍ର ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ଅଛନ୍ତି । 

ଅନ୍ୟ  ବିଭାଗରେ ଦୀର୍ଘ ବର୍ଷ ଧରି ବିଶେଷଜ୍ଞ ପଦ ଫାଙ୍କା ପଡିଥିବାରୁ ରୋଗୀଙ୍କୁ ବାରିପଦା କିମ୍ବା ବାଲେଶ୍ୱର ଡାକ୍ତରଖାନାକୁ ଯିବାକୁ ପଡୁଛି । ୧୦ ଷ୍ଟାପ ନର୍ସ ପଦବୀ ଥିବାବେଳେ ୬ ଜଣରେ କାମ ଚାଲିଛି । ଦୈନିକ ଆଉଟଡୋରରେ ରୋଗୀଙ୍କ ସଂଖ୍ୟା ତିନି ଶହ ଟପୁଥିବା ବେଳେ ଜରୁରିକାଳୀନ ସେବା ପାଇଁ ଗୋଟିଏ ମାତ୍ର ଆମ୍ବଲାନ୍ସ ରହିଛି । ଫଳରେ ଅନେକ ସମୟରେ ଜରୁରୀ ସେବା ମିଳିପାରୁ ନଥିବାରୁ ରୋଗୀଙ୍କ ଜୀବନ ଯାଉଛି । ଉକ୍ତ ଡାକ୍ତରଖାନାରେ ଇନଚାର୍ଜ ଡ. ସାକିଲା ମୁର୍ମୁଙ୍କର ଛଅ ମାସ ତଳେ କୋଷ୍ଠା ଡାକ୍ତରଖାନାକୁ ବଦଳି ହେବା ପରେ ଆଜି ପର୍ଯ୍ୟନ୍ତ କାହାରିକୁ ସ୍ଥାୟୀ ଇନଚାର୍ଜ ଭାବେ ନିଯୁକ୍ତି ମିଳି ନାହିଁ । ତେବେ ଜନସାଧାରଣଙ୍କ ଅନୁରୋଧ କ୍ରମେ ଶ୍ରୀ ମୁମୁ ର୍ଙ୍କୁ ସପ୍ତାହର ମାତ୍ର ଗୋଟିଏ ଦିନ ଦାୟିତ୍ୱ ଦିଆଯାଇଛି । ଷ୍ଟାପ୍‌ କ୍ୱାଟର୍ସ ନଥିବାରୁ କର୍ମଚାରୀମାନଙ୍କୁ ବାହାରେ ରହିବାକୁ ପଡୁଛି । ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଦାବି ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି କାହାରିବି ନିଘା ନାହିଁ । ଡାକ୍ତରଖାନା ପରିସରରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ବିଭିନ୍ନ ସ୍ଥାନରେ ଲହଡି ମାରୁଛି । ସେହିପରି ଉକ୍ତ ଡାକ୍ତରଖାନା ଅଧିନରେ କାର୍ଯ୍ୟ କରୁଥିବା ସାଇଁକୁଳା, ରାଣୀବନ୍ଧ ଆଞ୍ଚଳିକ ଡାକ୍ତରଖାନା ରେ ଦୀର୍ଘ ଦିନ ଧରି ଡାକ୍ତର ପଦବୀ ଶୂନ୍ୟ ପଡିଛି । ଫାର୍ମାସିଷ୍ଟଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଚାଲିଛି । ମୋଟ ୧୮ ଟି ଏନ୍‌ ଏମ୍‌ ସେଣ୍ଟର ଥିବା ବେଳେ ସିକିଡିଆ ଓ ପଶୁଦାରେ ଦୁଇ ବର୍ଷ ଧରି ଏନ୍‌ ଏମ୍‌ ପଦ ଫାଙ୍କା ପଡିଛି ।

 ସେହିପରି ଆଞ୍ଚଳିକ ଡାକ୍ତରଖାନାମାନଙ୍କରେ ଆବଶ୍ୟକ କର୍ମଚାରୀ ଓ ଡାକ୍ତର ଅଭାବ ଯୋଗୁଁ ଗ୍ରାମାଞ୍ଚଳମାନଙ୍କରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡୁଛି । ଆବଶ୍ୟକ ସ୍ୱାସ୍ଥ୍ୟ ସେବା ନପାଇବା ଲୋକେ ନାନା ଖର୍ଚାନ୍ତ ହାଇ ବାରିପଦା କିମ୍ବା ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ତେବେ ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.