ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ସମସ୍ୟା ଘେରରେ ଗୁପ୍ତଗଙ୍ଗା ପୀଠ, ରାସ୍ତା ପୁନରୁଦ୍ଧାର ପାଇଁ ଦାବି

Published By : Harapriya Sethi | March 30, 2025 7:09 AM

ତିହିଡ଼ି, ୩୦/୩: ଥରକୁ ଥର ଦାବି କରୁଛନ୍ତି ବରୁଣେଇବାସୀ । ଗୁପ୍ତଗଙ୍ଗା ପୀଠର ବିକାଶ କରିବା ସହ ନନ୍ଦପୁରରୁ ଭାୟା ଗୁପ୍ତଗଙ୍ଗା ଦେଇ ବରୁଣେଇ ଯାଏ ରାସ୍ତାର ପୁନରୁଦ୍ଧାର କରାଯାଉ । ମାତ୍ର କେହି ଶୁଣିବାକୁ ନାରାଜ । ନିର୍ବାଚନ ପୂର୍ବରୁ ଯେଉଁମାନେ ପ୍ରତିଶ୍ରୁତି ଦେଇଥିଲେ ତାହା ବି ସେମାନେ ଭୁଲିଗଲେଣି । ତିହିଡ଼ି ବ୍ଲକର ଅନ୍ୟତମ ପ୍ରାଚୀନ ପର୍ଯ୍ୟଟନ କ୍ଷେତ୍ର ଗୁପ୍ତଗଙ୍ଗା ପୀଠ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ଛାଡ଼ି ଦିଆଯାଇଛି । ଏହି ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ନକହିବା ଭଲ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥଠାରୁ ନନ୍ଦପୁର ବଜାର ଦେଇ ଉତ୍ତରବାହା ଗ୍ରାମ ଭିତରେ ପ୍ରବେଶ କରି ଏହି ପୀଠକୁ ରାସ୍ତାଟି ସଂଯୋଗ କରିଛି । ପାଖ ଆଖ ସୟା, ବାଉଁଶବାଗ, ସାଟିବାଟି, ଧୂଳିପଦା, ବାହାବଳପୁର, ଅଚକ, ମହରମପୁର, ନନ୍ଦପୁର, ଦୋଳସାହି, ମୁକୁନ୍ଦପୁର, ଭାଟପଡା, ତିହିଡ଼ି, ଫତେପୁର ଆଦି ଗ୍ରାମରୁ ଭକ୍ତମାନେ ଗୁପ୍ତଗଙ୍ଗାପୀଠକୁ ଯାତାୟାତ କରନ୍ତି । ବରୁଣେଇ ଗ୍ରାମ ଆଡ଼କୁ ଯାଇଥିବା ଏହି ରାସ୍ତା ପିଚୁ ସଡ଼କ ତ ଆଉ କେଉଁଠି କଂକ୍ରିଟ ସଡ଼କ ଥିଲା । ଏହି ରାସ୍ତାଟି କେବଳ ଗୁପ୍ତଗଙ୍ଗା ପୀଠ ନୁହଁ ବାସୁଦେବପୁର ବ୍ଲକକୁ ମଧ୍ୟ ସଂଯୋଗ କରୁଛି । 

ଗୁପ୍ତଗଙ୍ଗା ପୀଠକୁ ଯାଇଥିବା ଏହି ପିଚୁ ସଡ଼କ ଫାଟି ଆଁ କରିଛି । କୌତୁହଳର କଥା - ପିଚୁ ସଡ଼କରେ ଘାସବୁଦା ଯାହାକୁ ଯେତେ । ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ବେଣାବୁଦା ଘେରି ଗଲାଣି । ଯେଉଁଥିରେ ବିଷାକ୍ତ ସାପ ରହୁଛନ୍ତି । ଫାଟ ଭିତରୁ ବିଷାକ୍ତ ସାପ ବାହାରୁ ଥିବାରୁ ଲୋକେ ଭୟ କଲେଣି ଏହି ପ୍ରାଚୀନ ପୀଠକୁ ଯିବା ପାଇଁ । ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାକୁ କବ୍‌ଜା କରି ରଖିଥିବାବେଳେ ମରାମତି କରିବା ଦୂରର କଥା ଏହି ରାସ୍ତା କେମିତି ଅଛି ତାହାକୁ ପରିଦର୍ଶନ କରିବାକୁ କେବେବି ଯାଉନାହାନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ଏହି ପୀଠର ଐତିହ୍ୟ ଲୋପ ପାଇବାକୁ ବସିଲାଣି । ପୀଠର ସେମିତି କିଛି ଆଖିଦୃଶିଆ ଉନ୍ନତି ହୋଇପାରିନି । ପୀଠର ଉନ୍ନତିକରଣ ପାଇଁ କୌଣସି ରାଜନେତା କିମ୍ବା ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.