ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଘାସ ଚାଷ ଦେଇଛି ରୋଜଗାର, ଅର୍ଥ ଉପାର୍ଜନ କରି ଗୁଜୁରାଣ ମେଣ୍ଟାଉଛି ଚାଷୀ

Published By : Harapriya Sethi | March 29, 2025 7:37 AM

ବାଲିଆପାଳ,୨୯/୩: ଘାସ ଚାଷ ଦେଇଛି ଆତ୍ମ ନିଯୁକ୍ତି ଓ ରୋଜଗାର । ଘାସ ଚାଷ ଯୋଗୁଁ ଉମାକାନ୍ତ ବିଶ୍ୱାଳଙ୍କୁ ଗୋ ପାଳନର ନୂଆ ଦିଶା ମିଳିଛି । ପରିବାର ପ୍ରତିପୋଷଣ ସାଙ୍ଗକୁ ଗାଁ ଲୋକମାନେ ଉମାକାନ୍ତଙ୍କ ଦ୍ୱାରା ପ୍ରଭାବିତ ହୋଇ ଘାସ ଚାଷ ଆରମ୍ଭ କରିଛନ୍ତି । ପୂର୍ବରୁ ଆନ୍ଦ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ୟୁପି, ଛତିଶଗଡ଼ ଆଦି ରାଜ୍ୟର ଚାଷୀମାନେ ଘାସ ଚାଷ କରି ଆସୁଥିବା ବେଳେ ଏବେ ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ବାସୁଦେବପୁର ଗାଁର ଉମାକାନ୍ତ ଓ ତାଙ୍କ ସହଯୋଗୀ ଚାଷୀମାନେ ଘାସ ଚାଷ କରି ଲାଭବାନ ହେଉଛନ୍ତି । ବାଜରାର ସୁପର ଭେରାଇଟି ଘାସ ହେଉଛି ନେପିଆର ଘାସ । ନେପିଆର ଘାସ ସାଧାରଣତଃ ୯ ଡିଗ୍ରୀ ତାପମାତ୍ରାରେ ଚାଷ କରାଯାଇ ପାରିବ । ଏହା ଉଭୟେ ଢିପ ଓ ଗହୀର କିସମ ଜମିରେ ଚାଷ ହୋଇପାରିବ । ଏକ ଏକର ଜମିରୁ ୩ ଶହରୁ ୪ଶହ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଘାସ ଅମଳ କରାଯାଉଛି । 

ବର୍ଷର ସବୁ ସମୟରେ ଏହି ଚାଷ କରାଯାଉଥିଲେ ବି, ମୁଖ୍ୟତଃ ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅଧିକ ପରିମାଣରେ ଚାଷ ହୋଇଥାଏ । ଚାଷର ୪୫ ଦିନ ପରେ ଅମଳ ଆରମ୍ଭ ହୁଏ । ପ୍ରାୟେ ୮ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହା ଅମଳ ହୋଇ ଚାଲେ । ସାଧାରଣ ଘାସରୁ ୪ରୁ ୫ ପ୍ରତିଶତ ପ୍ରୋଟିନ ମିଳୁଥିବା ବେଳେ ନେପିଆର ଘାସରୁ ୧୬ରୁ ୧୮ ପ୍ରତିଶତ ପ୍ରୋଟିନ ମିଳିଥାଏ । ଏହି ଘାସ ଖାଇ ଗୋଟିଏ ଗାଈର କ୍ଷୀର ଦେବା ପରିମାଣ ୨ରୁ ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଏହି ଘାସ ଚାଷ ପାଇଁ ଜମିରେ ପାଣି ଓ ଉର୍ବରତା କମ୍‌ ଦେବାକୁ ପଡ଼େ । ଏହି ଘାସକୁ ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ ବାୟୁ ଅଏଲ, ବାୟୁ ସିଏନଜି ଗ୍ୟାସ୍‌ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଉମାକାନ୍ତ ଓ ତାଙ୍କର ସହଯୋଗୀମାନେ ମିରଟ୍‌ରୁ ଅନ୍‌ଲାଇନରେ ଘାସ ମଞ୍ଜି ମଗାଇ ଏବେ ଘାସ ଚାଷ କରୁଛନ୍ତି । ଏଥିରୁ ସେମାନେ ମାସକୁ ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି । ତାହାଛଡ଼ା ଗୋ ପାଳନ କରି ଅଧିକ ୨୦ରୁ ୨୫ହଜାର ପର୍ଯ୍ୟନ୍ତ ଅଧିକ ରୋଜଗାର କରି ପାରୁଛନ୍ତି । ଅମଳ ଘାସକୁ ସେମାନେ ଗୋ ପାଳନ କରୁଥିବା ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ବିକ୍ରି କରୁଛନ୍ତି । ସରକାର ଚାଷୀଙ୍କୁ ସହାୟତା ଦେବା ସହିତ ବିକ୍ରିବଟାର ସୁବିଧା ସୁଯୋଗ ସୃଷ୍ଟି କଲେ, ଚାଷୀମାନେ ଅଧିକ ଉତ୍ସାହିତ ହୁଅନ୍ତେ ବୋଲି ଅଗ୍ରଣୀ ଚାଷୀ ରାଜୁ ମୁଖୀ, ଶରତ ଚନ୍ଦ୍ର ପ୍ରଧାନ, ଅନନ୍ତ କୁମାର ରାଉତ, ସଦାନନ୍ଦ ବେହେରା, ବୈରାଗୀ କୁମାର ବାରିକ, ବସନ୍ତ କୁମାର ନନ୍ଦୀ ପ୍ରମୁଖ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.