ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଇତିହାସ ରଚିଲେ ଯଶସ୍ବୀ ଜୟସଓ୍ବାଲ; ଗୋଟିଏ ସିରିଜ୍‌ରେ ୬୦୦ ରନ୍‌ ହାସଲ କରିବାରେ ହେଲେ ୫ମ ଭାରତୀୟ ବ୍ୟାଟ୍ସମ୍ୟାନ୍

ରାଞ୍ଚି,୨୪/୦୨: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳର ଯୁବ ଓପନର୍ ଯଶସ୍ୱୀ ଜୟସୱାଲ ଇତିହାସ ରଚିଛନ୍ତି। ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଜୟସଓ୍ବାଲ ୭୩ ରନ୍ ସଂଗ୍ରହ କରିଥିଲେ। ଏଥି ସହ ସେ ଗୋଟିଏ ଟେଷ୍ଟ ସିରିଜରେ ୬୦୦ରୁ ଉର୍ଦ୍ଧ୍ବ ରନ୍ କରିବାରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। 

ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସଓ୍ବାଲ ଶନିବାର ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଗୋଟିଏ ଟେଷ୍ଟ ସିରିଜ୍‌ରେ ୬୦୦ରୁ ଅଧିକ ରନ୍‌ କରିବାରେ ୫ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଥିଲେ। ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଡେବ୍ୟୁ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଜୟସୱାଲ ବର୍ତ୍ତମାନର ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ସପ୍ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ସେ ଏହି ଇନିଂସରେ ୫୫ ରନ୍‌ କରିବା ବେଳେ ଏହି ଉପଲବ୍ଧି ହାସଲ କରିଥିଲେ। 

୨୨ ବର୍ଷୀୟ ଯଶାସୀ ଜୟସୱାଲଙ୍କ ପୂର୍ବରୁ ଚାରିଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଗୋଟିଏ ଟେଷ୍ଟ ସିରିଜରେ ୬୦୦ ରୁ ଅଧିକ ରନ୍ କରିବାରେ ସକ୍ଷମ ହୋଇଥିଲେ। ଏଥିରେ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର, ବିରାଟ କୋହଲି, ରାହୁଲ ଦ୍ରାବିଡ ଏବଂ ଦିଲୀପ ସାରଦେଶାଇ ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ ନିଜ କ୍ୟାରିୟରରେ ଦୁଇଥର ଟେଷ୍ଟ ସିରିଜରେ ୬୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ୧୯୭୦-୭୧ରେ ୱେଷ୍ଟଇଣ୍ଡିଜ୍ ଠାରେ ଅନୁଷ୍ଠିତ ସିରିଜରେ ସରଦେଶାଇ ଏହି ସଫଳତା ହାସଲ କରିଥିଲେ। 

୧୯୭୦-୭୧ରେ ଗାଭାସ୍କର ମଧ୍ୟ ଗୋଟିଏ ଟେଷ୍ଟ ସିରିଜରେ ଚାରୋଟି ଶତକ ଓ ତିନୋଟି ଅର୍ଦ୍ଧଶତକ ବଳରେ ସର୍ବାଧିକ ୭୭୪ ରନ୍‌ କରିବାରେ ରେକର୍ଡ କରିଥିଲେ। ଗାଭାସ୍କର ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଯିଏକି ଟେଷ୍ଟ ସିରିଜରେ ଦୁଇ ଥର ୭୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଚାରି ଶତକ ଏବଂ ଗୋଟିଏ ଅର୍ଦ୍ଧ ଶତକ ସହିତ ଲିଟିଲ୍ ମାଷ୍ଟର ୬ ଟି ଟେଷ୍ଟରେ ୭୩୨ ରନ୍ ସ୍କୋର କରିଥିଲେ। ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସ୍କୋର କରିବାରେ ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନ୍‌ଙ୍କ ନାଁରେ ରହିଛି, ଯିଏକି ୧୯୩୦ରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟରେ ଚାରି ଶତକ ସହ ୯୭୪ ରନ୍ ସ୍କୋର କରିଥିଲେ।

You can also read: ଦ୍ବିତୀୟ ଦିନରେ ଇଂଲଣ୍ଡର ଦବଦବା: ଭାରତୀୟ ଦଳ ପାଇଁ ସଙ୍କଟମୋଚକ ସାଜିଲେ କୁଲଦୀପ-ଜୁରେଲ


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.