ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଦ୍ବିତୀୟ ଦିନରେ ଇଂଲଣ୍ଡର ଦବଦବା: ଭାରତୀୟ ଦଳ ପାଇଁ ସଙ୍କଟମୋଚକ ସାଜିଲେ କୁଲଦୀପ-ଜୁରେଲ

Image source:

ରାଞ୍ଚି,୨୪/୦୨: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ରାଞ୍ଚିରେ ଖେଳାଯାଇଛି। ଶନିବାର ମୁକାବିଲାର ଦ୍ବିତୀୟ ଦିନ ଥିଲା। ତେବେ ଦ୍ବିତୀୟ ଦିନରେ ଇଂଲଣ୍ଡର ଦବଦବା ରହିଥିଲା। ଇଂଲଣ୍ଡର ୩୫୩ ରନ୍‌ର ଜବାବରେ ଭାରତର ପ୍ରଥମ ପାଳିରେ ଅବସ୍ତା ଶୋଚନୀୟ ଥିଲା। ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୭୩ ଓଭରରେ ୭ ଓ୍ବିକେଟ ହରାଇ ୨୧୯ ରନ୍‌ କରିଛି। ଧ୍ରୁବ୍‌ ଜୁରେଲ ଏବଂ କୁଲଦୀପ ଯାଦବ ଭାରତୀୟ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ। ଉଭୟ ଆଠ ଓ୍ବିକେଟ ସୁଦ୍ଧା ୪୨ ରନ୍‌ ପାର୍ଟନରସିପ୍‌ କରିଥିଲେ। ଜୁରେଲ ୨୦ ଏବଂ କୁଲଦୀପ ୧୭ ରନ୍‌ କରି ଅପରାଜିତ ରହିଥିଲେ।

ସେପଟେ ଭ୍ରମଣକାରୀ ଇଂଲଣ୍ଡର ୩୫୩ ରନ୍‌ରେ ଗୁରୁତ୍ବପୂର୍ଣ୍ଣ ଯୋଜଦାନ ଜୋ ରୁଟ୍‌ ଦେଇଛନ୍ତି। ସେ ୧୨୨ ରନ୍‌ର ଶତକୀୟ ପାଳି ଖେଳିଥିଲେ। ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ସର୍ବାଧିକ ୪ ଓ୍ବିକେଟ ହାସଲ କରିଥିବା ବେଳେ, ସେପଟେ ଆକାଶଦୀପଙ୍କୁ ୩ଟି ସଫଳତା ମିଳିଥିଲା। ଇଂଲିସ ଟିମ୍‌ ଦ୍ବିତୀୟ ଦିନ ଆରମ୍ଭ ୭ ଓ୍ବିକେଟ ବିନିମୟରେ ୩୦୨ ରନ୍‌ରୁ ଆରମ୍ଭ କରିଥିଲା। ଦ୍ବିତୀୟ ଦିନ ଭ୍ରମଣକାରୀ ଦଳ ୫୧ ରନ୍‌ ଯୋଡ଼ି ପାରିଥିଲା। ଭାରତକୁ ଶେଷ ତିନୋଟି ବିଜୟ ରବିନ୍ଦ୍ର ଜାଡ଼େଜା ଦେଇଛନ୍ତି। ଜାଡ଼ୁ ପ୍ରଥମେ ରୁଟ୍-ରବିନ୍‌ସନ୍‌ଙ୍କ ଶତକୀୟ ଭାଗିଦାରୀକୁ ଭାଙ୍ଗିଥିଲେ। ରବିନ୍‌ସନ୍‌ ୫୮ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହା ପରେ ଜାଡ଼େଜା ଶୋଏବ୍‌ ବସିର୍‌ ଏବଂ ଜେମ୍ସ ଆଣ୍ଡ୍ରସନ୍‌ଙ୍କୁ ପାଭିଲିୟନ ପଠାଇଥିଲେ।  

You can also read: ଚେତାବନୀ ସତ୍ତ୍ୱେ ମାନିଲେନି ! ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ କିଷନ, ଆୟର


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.