ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଭାରତୀୟ ଅର୍ଥନୀତିକୁ ନେଇ ଗୁଡ୍‌ ନ୍ୟୁଜ୍‌ ଦେଲା ବିଶ୍ବ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି ଅନୁମାନ କରିଛି ଓ୍ବାର୍ଲଡ ବ୍ୟାଙ୍କ (ବିଶ୍ବ ବ୍ୟାଙ୍କ) ।  ଓ୍ବାର୍ଲଡ ବ୍ୟାଙ୍କ ମଙ୍ଗଳବାର ଭାରତର ଜିଡିପି ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବା ନେଇ ନିଜର ପୂର୍ବାନୁମାନ ଅପରିବର୍ତ୍ତିତ ରଖିଛି । ଆର୍ଥିକ ବର୍ଷ ୨୦୨୫ରେ ଭାରତ ବିଶେଷ କରି ମ୍ୟାନୁଫ୍ୟାକ୍ଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିବ । ୨୦୨୪ ଏପ୍ରିଲ ମାସରେ ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ଜିଡିପି ଅନୁମାନକୁ ୨୦ ବେସିସି ପଏଣ୍ଟ ବଢ଼ାଇ ୬.୬ ପ୍ରତିଶତ କରିଥିଲା । ଦୁନିଆରେ ଭାରତ ସବୁଠୁ ଅଧିକ ଗତିରେ ବଢ଼ୁଥିବା ଅର୍ଥନୀତି ଭାବରେ ନିଜର ଯାତ୍ରା ଜାରି ରଖିବ ବୋଲି ବିଶ୍ବ ବ୍ୟାଙ୍କ ଅନୁମାନ କରିଛି । 

ବିଶ୍ବ ବ୍ୟାଙ୍କ ୨୦୨୫ ଲାଗି ଜିଡିପ ଗ୍ରୋଥ ରେଟ୍‌ ୬.୭ ପ୍ରତିଶତ ଏବଂ ୨୦୨୬ରେ ୬.୮ ପ୍ରତିଶତ ରହିପାରେ ବୋଲି ଅନୁମାନ କରିଛି । ସେହିଭଳି ଚୀନ୍‌ର ଜିଡିପି ଅଭିବୃଦ୍ଧି ହାରକୁ ୪.୫ ପ୍ରତିଶତରୁ ବଢ଼ାଇ ୪.୮ ପ୍ରତିଶତ ରହିପାରେ ବୋଲି ଅନୁମାନ କରିଛି ବିଶ୍ବ ବ୍ୟାଙ୍କ ।  ଆର୍ଥିକ ବର୍ଷ ୨୦୨୪-୨୫ରେ ବିଶ୍ୱ ଜିଡିପି ଅଭିବୃଦ୍ଧି ୨.୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଥିଲା। ଯାହା ଜାନୁଆରୀ ଆକଳନ ଠାରୁ ୨୦ ବେସିସ୍ ପଏଣ୍ଟ ଅଧିକ। ସେହିପରି ୨୦୨୬ ଓ ୨୦୨୭ ଆର୍ଥିକ ବର୍ଷରେ ବିଶ୍ୱ ଜିଡିପି ଅଭିବୃଦ୍ଧି ୨.୭ ପ୍ରତିଶତ ରହିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି।  

 ବିଶ୍ବ ବ୍ୟାଙ୍କ ବିଶ୍ବବ୍ୟାପୀ ଦେଶଗୁଡ଼ିକର ଗ୍ରୋଥ୍‌ ରେଟ୍‌କୁ ନେଇ ନିଜର ଆଉଟଲୁକ୍‌ ଜାରି କରିଛି । କରୋନା ମହାମାରୀ ଫଳରେ ବିଶ୍ବବଜାର ଧିମା ପଡ଼ିବା ସତ୍ତ୍ବେ ନିବେଶରେ ବୃଦ୍ଧି ଏବଂ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ବିଶ୍ବ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିଶ୍ବ ବ୍ୟାଙ୍କ ଅନୁସାରେ, ସେପ୍ଟେମ୍ବର ୨୦୨୩ରୁ ଭାରତର ମହଙ୍ଗା ହାର ଆରବିଆଇ ଧାର୍ଯ୍ୟ କରିଥିବା ୨-୬ ପ୍ରତିଶତ ମଧ୍ୟରେ ଅପରିବର୍ତ୍ତି ରହିଛି । 

ବିଶ୍ବ ବ୍ୟାଙ୍କ ନିଜର ଆଉଟଲୁକ୍‌ରେ କହିଛି ଯେ, ଦୁନିଆର ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବିକାଶ କରିବ । ହେଲେ ଗତ ଅଭିବୃଦ୍ଧି ତୁଳନାରେ ଏହି ହାର ସାମାନ୍ୟ କମ୍‌ ରହିବ । ୨୦୨୩-୨୪ରେ ଦ୍ରୁତ ଅଭିବୃଦ୍ଧି ଫଳରେ ୨୦୨୪-୨୫ରେ ଭାରତର ଅର୍ଥନୀତି ୬.୭ ପ୍ରତିଶତ ହାରରେ ବିକାଶ କରିବ । 

ଦକ୍ଷିଣ ଏସିଆ(ଏସ୍ଏଆର୍) ଅଞ୍ଚଳରେ ୨୦୨୪ରେ ଜିଡିପି ଅଭିବୃଦ୍ଧି ସାମାନ୍ୟ ମନ୍ଥର ରହିବ। ନିକଟରେ ଭାରତର ଅଭିବୃଦ୍ଧିରେ ସାମାନ୍ୟ ମନ୍ଥର ହୋଇଥିବା କାରଣରୁ ଏପରି ସ୍ଥିତି ହୋଇଛି। କିନ୍ତୁ, ଭାରତରେ ସ୍ଥିର ଅଭିବୃଦ୍ଧି ସହିତ ୨୦୨୫-୨୬ରେ ଦକ୍ଷିଣ ଏସିଆ ଅଞ୍ଚଳରେ ଅଭିବୃଦ୍ଧି ୬.୨ ପ୍ରତିଶତରେ ରହିବ ବୋଲି ଆଶା କରାଯାଉଛି। ଏହି ଅଞ୍ଚଳରେ ଆସୁଥିବା ବାଂଲାଦେଶର ଅର୍ଥନୀତି ମଜଭୁତ ହେବ ବୋଲି ଅନୁମାନ କରାଯାଉଛି। ତେବେ ଗତ କିଛି ବର୍ଷ ତୁଳନାରେ ମନ୍ଥର ହେବ। ଅନ୍ୟପଟେ ପାକିସ୍ତାନ ଓ ଶ୍ରୀଲଙ୍କା ଅର୍ଥନୀତି ମଜଭୁତ ହେବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି।

  • Economy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.