ପ୍ରମୂଖ ଖବର
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର, ଧାନ ସମେତ ୧୪ ଫସଲର ଏମଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କଲେ ସରକାର । ଧାନର ଏମଏସପି ମଧ୍ୟ ବୃଦ୍ଧି ହୋଇଛି । ଧାନ କୁଇଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବ ବର୍ଷ ଅପେକ୍ଷା ୧୧୭ ଟଙ୍କା ବୃଦ୍ଧି ହୋଇଛି ଧାନ ଦର । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିବା ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।ଧାନ, ମାଣ୍ଡିଆ, ବାଜରା, ଯଉ, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲର ଏମଏସପି ବୃଦ୍ଧିକୁ ମଞ୍ଜୁରି ମିଳିଛି ବୋଲି ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳ ବହୁ ମହତ୍ବପୂର୍ଣ୍ଣ  । କାରଣ ଏହା ବିଶେଷ କରି କୃଷକଙ୍କ କଲ୍ୟାଣ ଉପରେ କାର୍ଯ୍ୟ କରିବ । ଖରିଫ ସିଜନ ଆରମ୍ଭ ହେବାକୁ ଯାଉଛି । କୃଷକଙ୍କୁ ପ୍ରାଥମିକତା ଦେଇ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି । ଧାନର ନୂଆ ଏମଏସପି ୧୧୭ ଟଙ୍କା ବୃଦ୍ଧି କରି ୨୩୦୦ ଟଙ୍କା କରାଯାଇଛି । ୨୦୧୩-୧୪ରେ ଧାନର ଏମଏସପି ୧୩୧୦ ଟଙ୍କା ଥିଲା ।’

 ସେ ଆହୁରି କହିଛନ୍ତି, କପାର ଏମଏସପିରେ ୫୦୧ ଟଙ୍କା ବଢ଼ାଇ ୭୧୨୧ ଟଙ୍କା କରିଦିଆଯାଇଛି । ମାଣ୍ଡିଆ କୁଇଣ୍ଟାଲ ୪୨୯୦ ଟଙ୍କା, ମକା ୨୨୨୫ ଟଙ୍କା, ମୁଗ ୮୬୮୧ ଟଙ୍କା, ହରଡ ୭୪୦୦ ଟଙ୍କା, ବାଦାମ ତେଲ ୬୭୮୩ ଟଙ୍କା କରିଛନ୍ତି ସରକାର । ସେହଭିଳି ହରଡ ଡାଲି କୁଇଣ୍ଟାଲ ପିଛା ୭୫୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।  

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.