ପ୍ରମୂଖ ଖବର
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ଦିଲ୍ଲୀ ଅବକାରୀ ନୀତି ମାମଲା; ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ...

ନୂଆଦିଲ୍ଲୀ: ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିସହ ଅବକାରୀ ନୀତି ମାମଲାରେ ଅଭିଯୁକ୍ତ ବିନୋଦ ଚୌହାନଙ୍କ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି । ଉଭୟଙ୍କର ହେପାଜତ ଅବଧି ଶେଷ ହେବା ପରେ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ବିନୋଦ ଚୌହାନଙ୍କୁ ବିଆରଏସ ନେତା କବିତାଙ୍କ ପିଏ (PA) ମାଧ୍ୟମରେ ୨୫ କୋଟି ଟଙ୍କା ମିଳିଛି । ସେ ଅଭିଷେକ ବୋଇନପାଲୀଙ୍କ ଜରିଆରେ ଗୋଆ ନିର୍ବାଚନ ପାଇଁ ଟଙ୍କା ପାଇଥିଲେ । ଏଥିସହ ଚଳିତ ମାସ ଶେଷରେ ବିନୋଦଙ୍କ ବିରୋଧରେ ମାମଲା ଦାଖଲ କରାଯିବ ବୋଲି ସେ କହିଛନ୍ତି । ମେ ମାସରେ ତାଙ୍କୁ ଗିରଫ କରାଯାଇଥିଲା।

ମାର୍ଚ୍ଚ ୨୧ ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ମାମଲାରେ ଗିରଫ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ତାଙ୍କୁ ମେ ମାସରେ ୨୧ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । କେଜ୍ରିୱାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନକୁ ସାତ ଦିନ ବୃଦ୍ଧି କରିବାକୁ ଚାହିଁଥିଲେ ମଧ୍ୟ ସେ ଜାମିନ ପାଇପାରିନଥିଲେ। ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧି ଶେଷ ହେବା ପରେ ସେ ଜୁନ୍ ୨ ରେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.