ପ୍ରମୂଖ ଖବର
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ମନମୋହନ ସିଂହଙ୍କୁ ଆଦାନୀଙ୍କ ପ୍ରଶଂସା, କହିଲେ- ତାଙ୍କର ଏହି ନିଷ୍ପତ୍ତି ଅର୍ଥନୀତି ପାଇଁ ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ

ନୂଆଦିଲ୍ଲୀ,୧୯।୬: ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୧୯୯୧ ରେ ଘୋଷିତ ଆର୍ଥିକ ଉଦାରୀକରଣ ନୀତି ଭାରତର ଇନଫ୍ରା ସେକ୍ଟରର ମୂଳଦୂଆ ରଖିଥିଲା ଓ ପରେ ଏହା ଉନ୍ନତୀର ରାସ୍ତାରେ ଆଗକୁ ବଢିଥିଲା। ଉଲ୍ଳେଖନୀୟ ଯେ, ୧୯୯୧ ରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ସେଭଳି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦାନୀ ଏୟାରକ୍ରାଫ୍ଟର ଉଦାହରଣରୁ ନେଇ ଇକୋନୋମି ଗ୍ରୋଥ୍‌ ବିଷୟରେ କହିଥିଲେ। ସେ କହିଥିଲେ, ୧୯୯୧ ରୁ ୨୦୧୪ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନାଠାରୁ ନେଇ ରନଓ୍ବେ ନିର୍ମାଣ ପର୍ଯ୍ୟନ୍ତ କରିଥିଲେ। ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ସମୟ ମଧ୍ୟରେ କେବଳ ଏୟାରକ୍ରାଫ୍ଟ ଉଡାଣ କରୁଛି।

ଆଦାନୀ ଏହି ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ବାରା ଘୋଷିତ ଉଦାରୀକରଣ ନୀତିରେ ପରିବର୍ତ୍ତନକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୧୯୯୧ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଆର୍ଥିକ ଉଦାରୀକରଣ ନୀତି କାରଣରୁ ଦେଶର ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଥିଲେ। ଲାଇସେନ୍ସ ରାଜ୍‌ ଭାଙ୍ଗିବାର ଅର୍ଥ ଥିଲା ସରକାର ଅଧିକାଂଶ କ୍ଷେତ୍ର ପାଇଁ ଔଦଗିକ ଲାଇସେନ୍ସକୁ ଶେଷ କରିଦେଇଥିଲେ। ବିଗତ ଦଶକରେ ଭାରତର ଭିତ୍ତିଭୂମିରେ ଗୁରୁତ୍ବପୂର୍ଣ୍ଣ ପ୍ରଗତି ଦେଖିବାକୁ ମିଳିଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.