ପ୍ରମୂଖ ଖବର
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

୭୬,୨୨୦ କୋଟି ଟଙ୍କାର ବଧାବନ ବନ୍ଦର ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

Image Courtesy: indiainfrahub

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟକୁ ମଞ୍ଜୁରି ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ପୋର୍ଟ ଏବଂ ଶିପିଂ ସେକ୍ଟର ଲାଗି ବଡ଼ ନିଷ୍ପତ୍ତି ହୋଇଛି ।ମହାରାଷ୍ଟ୍ରର ବଧାବନ ପୋର୍ଟ ଲାଗି ୭୬ ହଜାର ୨୨୦ କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍‌ । ସେପଟେ ମୋଦୀଙ୍କ ତୃତୀୟ ପାଳିରେ ଏହା ପ୍ରଥମ ସବୁଠାରୁ ବଡ଼ ପ୍ରୋଜେକ୍ଟ ବୋଲି କହିଛନ୍ତି କେନ୍ଦ୍ର ବନ୍ଦର, ପରିବହନ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ । 

 ପାଲଘରର ବଧାବନ ବନ୍ଦର ନିର୍ମାଣ ହେବା ପରେ ୧୨ ଲକ୍ଷ ରୋଜଗାର ସୃଷ୍ଟି ହେବ ।ବିଶାଳ କଣ୍ଟେନର ଏଠାକୁ ଆସିପାରିବ । ପୋର୍ଟ ନିର୍ମାଣ ହୋଇଯିବା ପରେ ଏହା ବିଶ୍ବର ଶୀର୍ଷ ୧୦ ବନ୍ଦର ତାଲିକାରେ ସାମିଲ ହୋଇଯିବ । ମୁମ୍ବାଇରୁ ବଧାବନ ପୋର୍ଟ ଦୂରତା ୧୫୦ କିଲୋମିଟର ହେବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି  ।ସେ ଆହୁରି କହିଛନ୍ତି ଯେ, ପୋର୍ଟର ନିର୍ମାଣ ଲାଗି ପ୍ରତ୍ୟେକ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା କରାଯାଇଛି । ଏହାର ଡିଜାଇନ୍‌ ପରିବର୍ତ୍ତନ କରିବା ସହ ସ୍ଥାନୀୟ ଲୋକଙ୍କ ହିତ ଲାଗି ଏହାକୁ ତିଆରି କରାଯିବ । 

ଭାରତ ଏବଂ ମଧ୍ୟପ୍ରାଚ୍ୟ କରିଡର ଲାଗି ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ । ପ୍ରୋଜେକ୍ଟ ୬୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ବି ଏଥିରେ ଗତି ଭରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିରେ ୯ କଣ୍ଟେନର ଟର୍ମିନାଲ ହେବ ଏବଂ ବିଶାଳ ଜାହାଜ ଲାଗିବ । କୋଷ୍ଟ ଗାର୍ଡ ଲାଗି ଏକ ବର୍ଥ ରହିବ ଏବଂ ଇନ୍ଧନ ଲାଗି ଅଲଗା ବର୍ଥ ରହିବ । ପୋର୍ଟର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୨୯ରେ ସମ୍ପୂର୍ଣ୍ଣ ହେବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।    

ସେପଟେ ଭାରତରେ ପ୍ରଥମ ଅଫ୍‌ ଶୋର୍‌ ଓ୍ବିଣ୍ଡ ଏନର୍ଜୀକୁ ମଞ୍ଜୁରି ମିଳିଛି । ବହୁ ଦେଶ ଏହି ଟେକନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି । ପ୍ରଥମେ ଗୁଜରାଟରେ ୫୦୦ ମେଗାଓ୍ବାଟ ଏବଂ ପରେ ତାମିଲନାଡୁରେ ୫୦୦ ମେଗାଓ୍ବାଟ୍‌ର ପ୍ରୋଜେକ୍ଟ ହେବ ।  ଏହାକୁ ନିର୍ମାଣ କରିବା ଲାଗି ୭୪୫୩ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରୋଜେକ୍ଟ ପୂରା ହୋଇଯିବା ପରେ ଗୁଜରାଟରେ ବିଜୁଳି ୟୁନିଟ ୪.୫ ଟଙ୍କାରେ ଏବଂ ତାମିଲନାଡୁରେ ବିଜୁଳି ୟୁନିଟ ପିଛା ୪  ଟଙ୍କାରେ ମିଳିପାରିବ ବୋଲି ସେ କହିଛନ୍ତି ।

 କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆହୁରି କହିଛନ୍ତି ଯେ, କାଶୀ ଏୟାରପୋର୍ଟ ଏକ ଆଧୁନିକ ବିମାନବନ୍ଦର । ବାରଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଏୟାରପୋର୍ଟର ବିସ୍ତାର ହେବ । ନୂଆ ଟର୍ମିନାଲ ତିଆରି କରାଯିବ । ୨୮୭୦ କୋଟି ଟଙ୍କାର ପ୍ରୋଜେକ୍ଟକୁ ମଞ୍ଜୁରି ମିଳିଛି । ଏହି ଏୟାରପୋର୍ଟକୁ ଗ୍ରୀନ୍‌ ଏୟାରପୋର୍ଟ କରାଯିବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି । 

 

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.