ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀରେ ଅସହ୍ୟ ଗରମ। ହିଟଓ୍ବେଭ୍ ଓ ଓ୍ବାର୍ମ ନାଇଟ୍ ଏବେ ଦିଲ୍ଲୀବାସୀଙ୍କ ପାଇଁ ସାଜିଛି ବିପଦ।ଏଭଳି ସ୍ଥିତିରେ ଦିଲ୍ଲୀରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ବିମାନରେ ଘଣ୍ଟାଏ ପର୍ଯ୍ୟନ୍ତ ବନ୍ଦ ଥିଲା ଏସି। ବିନା ଏସିରେ କିଛି ଯାତ୍ରୀ ଅଣନିଶ୍ବାସୀ ହୋଇ ପଡିଥିଲେ। ଏପରିକି ବହୁ ଯାତ୍ରୀ ହାତରେ ବିଞ୍ଚି ହେଉଥିବାର ଦେଖିବାକୁ ମିଳିଥିଲେ।
#WATCH | SpiceJet passengers travelling from Delhi to Darbhanga (SG 476) had to wait inside an aircraft without air conditioning (AC) for over an hour amid the ongoing heatwave, with several feeling unwell. pic.twitter.com/cIj2Uu1SQT
— ANI (@ANI) June 19, 2024
ଦିଲ୍ଲୀରୁ ଦରଭଙ୍ଗା ଅଭିମୁଖେ ଯାଉଥିବା ଏହି ବିମାନ ଭିତରର ଏକ ଭିଡିଓ ଏବେ ସାମନାକୁ ଆସିଛି। ଭିଡିଓରେ ଅଧିକାଂଶ ଯାତ୍ରୀଙ୍କୁ ଗରମରେ ଛଟପଟ ହେଉଥିବାର ଦେଖିବାକୁ ମିଳୁଛି। ଏଏନ୍ଆଇ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଯାତ୍ରୀଙ୍କ କହିବା ଅନୁସାରେ, ଏସି ପ୍ରାୟ ଘଣ୍ଟାଏ ଧରି ବନ୍ଦ ଥିଲା। ସେତେବେଳେ ବିମାନ ଭିତରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ଥିଲା। ବିମାନ ଟେକ୍ଅଫ୍ କରିବା ପରେ ଏସି ଚାଲୁ କରାଯାଇଥିଲା।
ଏହି ପୁରା ମାମଲାରେ ଏବେ ସ୍ପାଇସଜେଟ୍ ଏୟାରଲାଇନ୍ସ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, ଆମ ବିମାନ ଆଜି ସକାଳ ୧୧ଟା ବେଳେ ବିନା କୌଣସି ବିଳମ୍ବରେ ଦିଲ୍ଲୀରୁ ଦରଭଙ୍ଗା ଅଭିମୁଖେ ଯାତ୍ରା କରିଥିଲା। ଏହି ଯାତ୍ରା ବେଳେ ଏସି ସାମାନ୍ୟ ରୂପରେ କାମ କରୁଥିଲା। ଦରଭଙ୍ଗା ପହଁଞ୍ଚିବା ପରେ ଏସିକୁ କ୍ରସ୍ ଚେକ୍ କରାଯାଇଥିଲା।ଦିଲ୍ଲୀରେ ବୋର୍ଡିଂ ବେଳେ ଏସି କୌଣସି କାରଣୁ ଖରାପ ଥିଲା, କାରଣ ସେତେବେଳେ ଦୁଇ ପଟ ଡୋର୍ ଖୋଲାଥିଲା। ବୋର୍ଡିଂ ଶେଷ ହେବାପରେ ତୁରନ୍ତ ଡୋର୍ ବନ୍ଦ କରାଯାଇଥିଲା, ଏହାପରେ କୁଲିଂ ଭଲ ରହିଥିଲା।