ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ମିଳୁନି ଆର୍ଥିକ ସମାନତା: ସୁବିଧା କମ୍‌, କାମ ଅଧିକ...

ଭୁବନେଶ୍ୱର ୧୩/୦୬: ଘରେ ବାହାରେ ସବୁଠାରେ ମହିଳାଙ୍କୁ ଅଧିକ ସୁବିଧା ମିଳୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଚର୍ଚ୍ଚାକୁ ଦେଖି ଏମିତି ଲାଗୁଛି ଯେ ସତେ ଯେମିତି ପରିବାରଠାରୁ ଆରମ୍ଭ କରି  ରାଜନୈତିକ ଦଳ ଯାଏ ସମସ୍ତେ ମହିଳାଙ୍କ ସୁଖ-ସୁବିଧାକୁ ନେଇ  ଖୁବ୍‌ ଚିନ୍ତିତ । କିନ୍ତୁ ବାସ୍ତବତା ଆଦୌ ତାହା ନୁହେଁ । ବରଂ ସୁବିଧା ପରିବର୍ତ୍ତେ ଦାୟିତ୍ୱ  ବଢାଇ ଦିଆଯାଉଛି, ଯାହାଦ୍ୱାରା ସେ କ୍ରମଶଃ ଚାପି ହୋଇଚାଲିଛି ଦାୟିତ୍ୱ ଭାର ତଳେ ।

ମହିଳାଙ୍କ ବ୍ୟବହାରିକ ଜୀବନର ଅନୁଭବ  ରଖୁଥିବା ସାମାଜିକ ସଂଗଠନର ଗବେଷଣା  ଅନୁସାରେ ମହିଳାଙ୍କୁ ଆବଶ୍ୟକ ସୁବିଧାଠାରୁ ବଞ୍ଚିତ ରଖାଯାଉଛି । ଯେପରିକି ସମାନ କାମ  କରିବା ପରେ ମଧ୍ୟ ପୁରୁଷ ସହକର୍ମୀଙ୍କ ତୁଳନାରେ କମ୍‌ ବେତନ ମିଳିଥାଏ । କିନ୍ତୁ  କାମର ବୋଝ ଦିନକୁ ଦିନ ବଢିଚାଲିଛି ।  

ବଢ଼ିଚାଲିଛି କାମର ବୋଝ 

ଅବଶ୍ୟ ଏହି ସ୍ଥିତି କେବଳ ଆମ ଦେଶରେ ନୁହେଁ,  ବରଂ ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଅବଶ୍ୟ  ଏଭଳି ଚିନ୍ତାଧାରା ବିକଶିତ ତଥା ଆଧୁନିକ  ଚିନ୍ତାଧାରା ରଖୁଥିବା ଦେଶ ବ୍ରିଟେନ୍‌ ଓ  ଆମେରିକା ତଥା ଅବିକଶିତ ଏବଂ ବିକାଶଶୀଳ  ଦେଶରେ ମଧ୍ୟ ସମାନ ସ୍ଥିତି । ବ୍ରିଟେନ୍‌ର ଏକ  ସଂସ୍ଥା ରିଜୋଲେଶନ୍‌ ଫାଉଣ୍ଡେସନ୍‌ର ଗବେଷଣା  ଅନୁସାରେ ୨୦୦୧ ତୁଳନାରେ ଏବେ କର୍ମଜୀବୀ  ମହିଳାମାନଙ୍କ ସଂଖ୍ୟା ବହୁତ ଅଧିକ ବଢିଛି । କିନ୍ତୁ  ସେମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍‌ ବେତନ  ମିଳୁଛି । ଏହି ସଂସ୍ଥା ଅନୁସାରେ ମହିଳାମାନେ ପୂର୍ବ  ଅପେକ୍ଷା ଏବେ ସପ୍ତାହକୁ ୩୫ ମନିଟ୍‌ ଅଧିକ  କାମ କରୁଛନ୍ତି । ବିଶେଷକରି ଯୁବା ମହିଳାମାନଙ୍କ  ସାପ୍ତାହିକ ଶ୍ରମ ଅଧିକ । କିନ୍ତୁ ପାରିଶ୍ରମିକ କମ୍‌ ।  

ଅକ୍ସଫେମ୍‌ ଦ୍ୱାରା ୨୦୨୦ରେ କରାଯାଇଥିବା ରିର୍ପୋଟ  ଅନୁସାରେ ଭାରତର ସହର ଓ ଗ୍ରାମାଞ୍ଚଳରେ  ପୁରୁଷମାନେ ଘରୋଇ କାମ ପାଇଁ ନିୟମିତ  ପ୍ରତିଶତ ୩୦ ମିନିଟ୍‌ ସମୟ ଦେଉଥିବା  ବେଳେ ମହିଳାମାନେ ପ୍ରାୟ ୫ ଘଣ୍ଟା । ପିଲା ଓ  ବୟସ୍କଙ୍କ ଦେଖାରଖା ଏବଂ ଘରୋଇ କାମ ପରେ  ମହିଳାମାନଙ୍କ ପାଖରେ ସମୟ ନଥାଏ । ତେଣୁ  ସେମାନେ ନିଜର ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀରେ  ଉନ୍ନତୀ ଆଣିବାକୁ ସମୟ ବାହାର କରିପାରି  ନଥାନ୍ତି । ଫଳରେ ସେମାନେ ନିଜକୁ ଆର୍ଥିକ ଭାବେ  ସମୃଦ୍ଧ କରିବା ପରିବର୍ତ୍ତେ ପୁରୁଷଙ୍କ ଉପରେ  ନିର୍ଭରଶୀଳ ରହିଥାନ୍ତି।  

ନିଜକୁ ସାବ୍ୟସ୍ତ କରିବାକୁ  ଚାହାନ୍ତି 

ଘର ହେଉ ଅବା ଅଫିସ୍‌ ନିଜକୁ ସକ୍ଷମ ଓ ସକ୍ରିୟ  ସାବ୍ୟସ୍ତ କରିବାକୁ ମହିଳାମାନେ ଅଧିକ କାମ  କରିଥାନ୍ତି । ସେମାନେ ଭାବିଥାନ୍ତି ଯେ ଏପରି  କରିବା ଦ୍ୱାରା ନିଜର ପ୍ରତିଷ୍ଠା ବଢାଇବା ସହ  ଅତିରିକ୍ତ ଆମଦାନୀ ହୋଇପାରିବ, ଯାହାଦ୍ୱାରା  ପତି, ପିଲାମାନେ ଏବଂ ଘରର ଅନ୍ୟ ସଦସ୍ୟଙ୍କ  ଉପରେ ଭଲ ପ୍ରଭାବ ପଡିଥାଏ । କିନ୍ତୁ ଏହାଦ୍ୱାରା  ମହିଳାଙ୍କର ବିଶେଷ କିଛି ଲାଭ ହୋଇ ନଥାଏ ।  

ବଢୁଛି ଆର୍ଥିକ ଅସମାନତା  

ୱାଲ୍ଡ ଇକୋନେମିକ୍‌ ଫୋରମ୍‌ର ରିପୋର୍ଟ  ଅନୁସାରେ ଭାରତର ମହିଳା ଓ ପୁରୁଷଙ୍କ ଆର୍ଥିକ  ଅସମାନତା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ  ଲାଗିଛି । ଏହି ମାମଲାରେ ଭାରତର ସ୍ଥାନ  ୧୧୨ରେ ରହିଛି । ରିର୍ପୋଟ ଅନୁସାରେ  ଲିଙ୍ଗଗତ ଅସମାନତା ଦୃଷ୍ଟିରୁ ସର୍ବାଗ୍ରେ ରହିଛି  ଆଇସ୍‌ଲ୍ୟାଣ୍ଡ ।  

ମାତୃତ୍ୱକାଳୀନ ଛୁଟି 

କର୍ମଜୀବୀ ମହିଳାମାନଙ୍କୁ ୨୬ ସପ୍ତାହର  ମାତୃତ୍ୱକାଳୀନ ଛୁଟି ଦେଉଛନ୍ତି କେନ୍ଦ୍ର ସରକାର ।  ଏହି ଛୁଟି ବୈତନିକ । ଏବେ ବିଭିନ୍ନ ଷ୍ଟାର୍ଟଅପ୍‌  କମ୍ପାନୀ ଓ ଛୋଟ ଛୋଟ କମ୍ପାନୀ ମଧ୍ୟ ଏହି ଛୁଟି  ଦେଲେଣି । ନୂଆ ଆଇନ ପରେ ୫୩ ପ୍ରତିଶତ  କମ୍ପାନୀ ମାତୃତ୍ୱ ଲାଭ ଛୁଟି ଦେବାରୁ ବଞ୍ଚିବା  ରହିବା ପାଇଁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ  ଚାକିରିରେ ରଖିବାକୁ ବେଶି ପସନ୍ଦ କରୁଛନ୍ତି ।  କମ୍‌ ବଜେଟ୍‌ରେ ଚାଲୁଥିବା ଷ୍ଟାର୍ଟଅପ୍‌ଗୁଡିକ  ପାଇଁ ୨୬ ସପ୍ତାହ ସବୈତନିକ ଛୁଟି ଏକ  ପ୍ରକାରର ଆର୍ଥିକ ବୋଝ ହୋଇପଡିଲାଣି ।  କେବଳ ସେତିକି ନୁହେଁ ଗର୍ଭପାତ ସମୟରେ  ମଧ୍ୟ ମହିଳାମାନଙ୍କୁ ମାନସିକ ଓ ଶାରିରୀକ ପୀଡା  ହୋଇଥାଏ । କିନ୍ତୁ ମହିଳାମାନେ ଲୋକଲଜ୍ଜା  କାରଣରୁ ଏହି ସୁବିଧା ନେଇ ନଥାନ୍ତି । 

ଘରୋଇ ହିଂସା 

ଅକ୍ସଫେମ୍‌ ଦ୍ୱାରା କରାଯାଇଥିବା ଏକ ସର୍ଭେରେ  କୁହାଯାଇଛି ସ୍ୱାମୀଙ୍କ ଦ୍ୱାରା ମାଡ଼ ଖାଇବା ଓ  ଘରୋଇ ହିଂସା ଭାରତରେ ଖୁବ୍‌ ସାଧାରଣ କଥା । ଉତ୍ତର ଭାରତର କିଛି ରାଜ୍ୟରେ  କରାଯାଇଥିବା ଏକ ସର୍ଭେରେ ୧୧୦୭ଟି ଘରକୁ  ସାମିଲ୍‌ କରାଯାଇଥିଲା । ସେଥିରୁ ଜଣାପଡିଥିଲା  ଯେ ପୁରୁଷଙ୍କ କଥା ନ ମାନିବା ଦ୍ୱାରା ୨୪.୩  ପ୍ରତିଶତ ମହିଳାଙ୍କୁ ମାଡ଼ ଖାଇବାକୁ ପଡିଥାଏ ।  ସେହିପରି ୪୨.୬ ପ୍ରତିଶତଙ୍କୁ ଗାଳିଗୁଲଜ  ଶୁଣିବାକୁ ପଡିଥାଏ । ସ୍ୱାମୀଙ୍କ ବିନା ପରାମର୍ଶରେ  ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ୪୨ ପ୍ରତିଶତ ମହିଳାଙ୍କୁ  କ୍ରୋଧର ଶିକାର ହେବାକୁ ପଡିଥାଏ । ପିଲାଙ୍କର  ଠିକ୍‌ ଭାବେ ଦେଖାଶୁଣା ନ କରିବା ଦ୍ୱାରା ୩୩  ପ୍ରତିଶତ ମହିଳା ମାଡ଼ ଖାଇଥାନ୍ତି । ଏପରିକି  ୬୦.୬ ପ୍ରତିଶତ ମହିଳାଙ୍କୁ ବିଭିନ୍ନ କାରଣ  ପାଇଁ ଗାଳି ଶୁଣିବାକୁ ପଡିଥାଏ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.