ପ୍ରମୂଖ ଖବର
  • ୫୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ କୃଷି ଅଧିକାରୀ, ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଭୋଗରାଇରେ ପାଗଳା କୁକୁର ଆତଙ୍କ,ଗୋଡ଼ାଇ ଗୋଡ଼ାଇ ୬ ଜଣକୁ କାମୁଡ଼ିଲା
  • ||
  • ବଡ଼ମ୍ବା ପୋଲିସକୁ ସଫଳତା, ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ
  • ||
  • ଦାରିଙ୍ଗବାଡ଼ି : ପାଇପ୍‌ ଫାଟି ଡ୍ରେନ୍‌ରେ ଭାସୁଛି ପାଣି, ଜଳ ଯୋଗାଣ ବିଭାଗ ନୀରବ
  • ||
  • ବଲାଙ୍ଗୀର : ବଲା ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ରାମଲାଲାଙ୍କୁ କରିବେ ଦର୍ଶନ
  • ||
  • ଢେଙ୍କାନାଳରେ ଫାର୍ମ ହାଉସ୍‌ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ତିନି ଦୁର୍ବୃତ୍ତ ,କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଚାମ୍ପିଅନ୍ସ ଟ୍ରଫିରେ ବିଗ୍ ଫାଇଟ୍, ସୁପର ସନଣ୍ଡେରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା
  • ||
  • ରାଜ୍ୟରେ ଆଉ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଚେନ୍ନାଇରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ମୃତଦେହ ଆଣିବାକୁ ଖର୍ଚ୍ଚ ହେଲା ୬୦ ହଜାର

Published By : Prameya | February 23, 2025 11:03 PM

ଖଲ୍ଲିକୋଟ, ୨୩/୦୨ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ମାଟିଆ ସାହି କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ।  ଦାଦନ ଖଟିବାକୁ ଚେନ୍ନାଇ ଯାଇ ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଦାଦନ ଯନ୍ତ୍ରଣା ଠାରୁ ବଳିଯାଇଛି ଆର୍ଥିକ ଯନ୍ତ୍ରଣା। ମୃତଦେହ ଆଣିବାକୁ ଖର୍ଚ୍ଚ ହୋଇଛି ୬୦ ହଜାର ଟଙ୍କା ।

ମାଣିକପୁର ମାଟିଆ ସାହିର ଜି. ଶ୍ୟାମ ପ୍ରଧାନଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର। ପରିବାର ପ୍ରତି ପୋଷଣ ପାଇଁ ଧାର କରଜ କରି ଗତ ୧୦ ଦିନ ତଳେ ପୁଅ ଜି. ଟୁକୁନା ପ୍ରଧାନ (୨୦) ଙ୍କୁ ସାଙ୍ଗ ରେ ଧରି ଦାଦନ ଖଟିବାକୁ ଯାଇଥିଲେ ଚେନ୍ନାଇ ସହରକୁ। ସେଠାରେ ଏକ ଘରୋଇ କମ୍ପାନୀରେ ବାପା ପୁଅ ଶ୍ରମିକ ଭାବେ କାମ କରୁଥିଲେ। ମାତ୍ର ୬ ଦିନ କାମ କରିବା ପରେ ହଠାତ ପୁଅ ଟୁକୁନାର ଝାଡା ବନ୍ଦ ହୋଇ ଯାଇଥିଲା। ତୁରନ୍ତ ସେଠାରେ ଏକ ମେଡିକାଲ ରେ ଚିକିତ୍ସା କରିଥିଲେ। ପରେ ପରିସ୍ରା ମଧ୍ୟ ବନ୍ଦ ହୋଇଗଲା। ଚେନ୍ନାଇ ର ବଡ଼ ମେଡିକାଲକୁ ନେଇ ପୁଅର ଚିକିତ୍ସା କରେଇଲେ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହେଲାନି। ଅଧିକ ଚିକିତ୍ସା କରିବା ପାଇଁ ପାଖରେ ପଇସା ନଥିଲା। ସେଠାରେ ଗତ ଶୁକ୍ରବାର ଟୁକୁନାର ମୃତ୍ୟୁ ଘଟିଲା। ପୁଲିସ ପହଞ୍ଚି ଶବକୁ ଜବତ କଲା। ବ୍ୟବଛେଦ କରିବା ପାଇଁ ପୁଲିସ ଟଙ୍କା ମାଗିଥିଲା ବୋଲି ଟୁକୁନାର ବାପା କହିଛନ୍ତି। ମାତ୍ର ୬ ଦିନ କାମ କରିଛନ୍ତି ପାଖରେ ପଇସା ନାହିଁ। ଗାଁ କୁ ଫୋନ କଲେ। ସାହି ପଡୋଶୀ ଙ୍କ ଠାରୁ ଧାର କରଜ କରି ୬୦ ହଜାର ଟଙ୍କା ମାଆ ପଠେଇଲେ। ସେଠାରେ ପୁଲିସ ନେଲା ୧୫ ହଜାର ଟଙ୍କା, ଶବ ବ୍ୟବଛେଦ ପାଇଁ ନେଲେ ୧୫ ହଜାର ଟଙ୍କା ଓ ଗାଁ କୁ ଶବ ଆଣିବା ପାଇଁ ଆମ୍ବୁଲାନ୍ସ ନେଲା ୫୧ ହଜାର ଟଙ୍କା ବୋଲି କାନ୍ଦି କାନ୍ଦି କହିଛନ୍ତି ବାପା ଜି. ଶ୍ୟାମ ପ୍ରଧାନ। ଟୁକୁନା ଙ୍କ ମୃତଦେହ ଏକ ଘରୋଇ ଆମ୍ବୁଲାନ୍ସ ରେ ଆଜି ଆସି ଗାଁ ରେ ପହଞ୍ଚିଥିଲା। ପୁଅ ତ ଚାଲିଗଲା ଏବେ କରଜ କରିଥିବା ଟଙ୍କା କେମିତି ଶୁଝିବେ ସେ ଚିନ୍ତା ଘାରିଛି ଶ୍ୟାମଙ୍କୁ। ଖବର ପାଇ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ନିଜ ସମର୍ଥକଙ୍କ ସହ ମାଣିକପୁରରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.