ଖଲ୍ଲିକୋଟ ,୧୯।୨ : ଖଲ୍ଲିକୋଟ ନିକଟସ୍ଥ ବଡ଼ ଘାଟିରେ ଭାରସାମ୍ୟ ହରାଇ ଏକ ଅଙ୍ଗୁର ବୋଝେଇ ଟ୍ରକ ଓଲଟି ପଡ଼ିଛି। ତେବେ ଅଳ୍ପକେ ଟ୍ରକ ଡ୍ରାଇଭର ବର୍ତ୍ତି ଯାଇଛନ୍ତି । ଟ୍ରକ ଟି ଓଲଟି ପଡିବା ପରେ ବିଛାଡି ହୋଇ ପଡିଥିବା ଅଙ୍ଗୁରକୁ ରାସ୍ତାରେ ଯାଉଥିବା ଲୋକେ ବୋହି ନେଇଯାଇଥିଲେ।
ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଏକ ଅଙ୍ଗୁର ବୋଝେଇ ଟ୍ରକ ଆସୁଥିଲା। ରାସ୍ତାରେ ଭାରସାମ୍ୟ ହରାଇ ବଡ଼ ଘାଟି ଉପରେ ଟ୍ରକି ଓଲଟି ପଡ଼ିଥିଲା । ତେବେ ଟ୍ରକ ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ହାଇୱେ ପାଟ୍ରୋଲିଂ ପୋଲିସ ଓ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଆସିବା ପୂର୍ବରୁ ରାସ୍ତା ଉପରେ ବିଛାଡି ହୋଇ ପଡ଼ିଥିବା ଅଙ୍ଗୁର ଲୋକେ ବୋହି ନେଇଯାଉଥିବା ଦେଖିବାକୁ ମିଳିଥିଲା।