ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆରସିଏମ କଲେଜରେ ଛୁରାମାଡ଼ ଘଟଣା, ଜଣେ ଗିରଫ

Published By : Prameya | February 13, 2025 11:18 PM

ଖଲ୍ଲିକୋଟ , ୧୩/୦୨ -ସ୍ଥାନୀୟ ଆରସିଏମ କଲେଜ ରେ ବୁଧବାର ହୋଇଥିବା ଛୁରୀ ମାଡ଼ ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଆରସିଏମ କଲେଜର ଯୁକ୍ତ ୩ ଛାତ୍ର। ପ୍ରେମ ବ୍ୟାପରକୁ ନେଇ ଏହି ଛୁରାମାଡ ହୋଇଥିଲା। 

 ପ୍ରେମ ବ୍ୟାପାର କୁ ନେଇ ବୁଧବାର କଲେଜ କୁ ଲାଗି ରହିଥିବା ଖେଳ ପଡିଆ ରେ  ୩ ଜଣ ଅଣ ଛାତ୍ର ଙ୍କ ସହ ଝଗଡା ହୋଇଥିଲା ।ଝଗଡା ଭିତରେ ହଠାତ ଜଣେ ଛାତ୍ର ବ୍ୟାଗ ରୁ ଏକ ଛୁରୀ ବାହାର କରି ୩ ଜଣଙ୍କୁ ଆକ୍ରମଣ କରିଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା । ଆକ୍ରମଣ ରେ ଅଣ ଛାତ୍ର ବିଜୟ ନାୟକ, ରାଜା ଗୌଡ଼ ଏବଂ ରାଜା ସେଠି ଆହତ ହୋଇଥିଲେ। ତୁରନ୍ତ ସମସ୍ତ ଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା।

ରାଜା ଗୌଡ଼ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବର୍ତ୍ତମାନ ଆହତ ୩ ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଆଇଆଇସି ରମେଶ କୁମାର ପ୍ରଧାନ କହିଛନ୍ତି।ଏ ସମ୍ପର୍କ ରେ ଖଲ୍ଲିକୋଟ ଥାନା ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରିଥିଲେ। ତେବେ ସୁମଣ୍ଡଳ ଗ୍ରାମ ରେ ଥିବା ସୂଚନା ପାଇ ପୁଲିସ ଟିମ ଚଢ଼ାଉ କରି ଅଭିଯୁକ୍ତକକୁ ଧରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.