ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବ୍ରହ୍ମପୁରରେ ଗଡିଲାନି ମୋ ବସ, ଆନ୍ଦୋଳନରେ କର୍ମଚାରୀ

Published By : Prameya | February 19, 2025 6:27 PM

ଭୁବନେଶ୍ବର,୧୯।୨ : ବ୍ରହ୍ମପୁରରେ ଗଡିଲାନି ମୋ ବସ।  ବିଭିନ୍ନ ଦାବୀ ନେଇ ମୋ ବସ କର୍ମଚାରୀମାନେ କରିଛନ୍ତି ଆନ୍ଦୋଳନ। ଫଳରେ  ବ୍ରହ୍ମପୁରର ୫ଟି ରୁଟରେ ମୋ ବସ ଚଳାଚଳ ବନ୍ଦ ରହିଛି।

ଗାଡି ଚଳାଇବା ବେଳେ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏପରିକି ଲୋକଙ୍କ ଠାରୁ ମାଡ଼ ଖାଇବାକୁ ପଡୁଛି। ସେଥିପାଇଁ ମୋ ବସ ଚଳାଚଳ ବନ୍ଦ କରି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ୟାର ସମାଧାନ କରାଗଲେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି କର୍ମଚାରୀମାନେ କହିଛନ୍ତି। ୫ ଟି ରୁଟରେ ଚଳାଚଳ କରୁଥିବା ସମସ୍ତ ବସକୁ ବନ୍ଦ କରି କର୍ମଚାରୀମାନେ  ଆନ୍ଦୋଳନରେ ବସିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.