ଗଞ୍ଜାମ,୧୨/୦୨: ଗଞ୍ଜାମ ଏନଏସି ଜେଇ ମାନସ ରଞ୍ଜନ ପଣ୍ଡା ବରିଷ୍ଠ ନାଗରିକ ପରିଷଦର ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଅସଦାଚରଣ କରିଥିବା ଅଭିଯୋଗ । ଏହାର ପ୍ରତିବାଦରେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ପରିଷଦ ସଦସ୍ୟ ଓ କର୍ମକର୍ତ୍ତା।ସେପଟେ ଘଟଣାର ତଦନ୍ତ କରାଯିବା ନେଇ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିବା ନିର୍ବାହୀ ଅଧିକାରୀ ମୌଖିକ ଭାବେ କହିଛନ୍ତି ।
ତେବେ ଲିଖିତ ଭାବେ ଏହି ଆଦେଶ ଦେବା ନେଇ ବରିଷ୍ଠ ନାଗରିକ ପରିଷଦ ସଦସ୍ୟମାନେ ଦାବି କରିଛନ୍ତି । ଆଜି ସକାଳୁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କର୍ମକର୍ତ୍ତା ଓ ସଦସ୍ୟମାନେ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟି ତାଙ୍କ ପରିଷଦ ପାଇଁ ଦୀର୍ଘ ମାସ ଧରି ଆସିଥିବା ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁରୀ ହୋଇଛି । ତେବେ ଏହି କାମର କାର୍ଯ୍ୟାଦେଶ ଦିଆଯାଉନଥିବା ଜଣାଇଥିଲେ । ଏହି ସମୟରେ ଉପସ୍ଥିତ ଥିବା କନିଷ୍ଠଯନ୍ତ୍ରୀ ଶ୍ରୀ ପଣ୍ଡା ଉତକ୍ଷିପ୍ତ ହୋଇ ବରିଷ୍ଠ ନାଗରିକ ମାନଙ୍କ ସହ ସମ୍ପର୍କ ନଥିବା କିଛି କଥା କହିବା ସହ ଅସଦ ବ୍ୟବହାର କରିଥିଲେ । ଆଉ ସବୁ ଦେଖି ନୀରବ ରହିଥିଲେ ନିର୍ବାହୀ ଅଧିକାରୀ ।