ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଗୁରୁତର

Published By : Prameya | February 14, 2025 6:37 PM

ଖଲ୍ଲିକୋଟ,୧୪/୨ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା - ଆମ୍ବଝର ନୂଆପଲ୍ଲୀ ରାସ୍ତାରେ ଆଜି ସନ୍ଧ୍ୟାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇପଡ଼ିଛନ୍ତି । 

ସୂଚନା ଅନୁଯାୟୀ, ତାଳପଡ଼ା ଗ୍ରାମର ନୃସିଂହ ଭୂୟାଁ ଏକ ବାଇକ ଯୋଗେ ଆଜି ସନ୍ଧ୍ୟାରେ ଖଲ୍ଲିକୋଟ ଅଭିମୁଖେ ଆସୁଥିବାବେଳେ ସେହି ଗ୍ରାମର ସୁଶାନ୍ତ ସାହୁ ବାଇକ୍ ଯୋଗେ ଖଲ୍ଲିକୋଟରୁ ତାଳପଡା ଅଭିମୁଖେ ଯାଉଥିଲେ। ଆମ୍ବଝର ନୂଆପଲ୍ଲୀ ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ଆରୋହୀ ତଳେ ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସୁଶାନ୍ତ ସାହୁଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.