ବ୍ରହ୍ମପୁର, ୧୮/୨ : ବିଭିନ୍ନ ଦାବି ନେଇ ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ କଲେଜ ଫାଟକ ବନ୍ଦ କରି ଆନ୍ଦୋଳନ । ସମସ୍ତ ଓଡିଶା ଆୟୁଷ ଛାତ୍ର ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଛି । ହୋମୋଓପାଥିକ୍ ମେଡ଼ିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (H.M.S.A) ଏବଂ ଆୟୁର୍ବେଦିକ ମେଡ଼ିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (Α.Μ.S.A) ମିଳିତ ଭାବେ ଆନ୍ଦୋଳନ କରିଛନ୍ତି ।
ବ୍ରହ୍ମପୁର ହୋମିଓପାଥିକ ଓ ଆଙ୍କୁଶପୁର ଆୟୁର୍ବେଦିକ କଲେଜ ଛାତ୍ର ସଙ୍ଘ ପକ୍ଷରୁ କଲେଜ ସମ୍ମୁଖରେ ଫାଟକ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି । ବିଭାଗୀୟ ନିର୍ଦେଶକ, ସେକ୍ସନ ଅଫିସର ଓ ନୋଡାଲ ଅଫିସର ତିନି ଜଣଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି । କିଛି ବର୍ଷ ହେବ କୌଣସି ଆୟୁର୍ବେଦିକ ନୋଡାଲ ଅଫିସର ନିଯୁକ୍ତି ହୋଇ ପାରୁନାହାନ୍ତି ।
ନିଜେ ଏଚଏମଓ ହୋଇ ମଧ୍ୟ ବିଗତ ଦୁଇ ବର୍ଷ ହେବ ରଥଯାତ୍ରାରେ ହୋମୀଓପାଥୀ ସ୍ବାସ୍ଥ୍ୟ ଶିବିର(HEALTHCAMP) କରାଇ ଦେଉନାହାନ୍ତି । ହୋମିଓପ୍ୟାଥ୍ ଔଷଧ ବିତରଣରେ ନିମ୍ନମାନ କରାଯାଉଥିଲା । ସଦାବେଳେ ଅଧ୍ୟକ୍ଷମାନଙ୍କଠାରୁ ଆରମ୍ଭ କରି ଡାକ୍ତର ଓ ଛାତ୍ର ସମସ୍ତଙ୍କୁ ଦୁର୍ବ୍ଯବହାର କରିଆସୁଛନ୍ତି । ଷ୍ଟାଇପେଣ୍ଡ ବୃଦ୍ଧି କରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରୀ ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ ।