ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେନି କେଜ୍ରିଓ୍ବାଲ, ଆତିଶୀ, ବିଜେପି କହିଲା…

Published By : Prameya | February 20, 2025 5:45 PM

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ରାଜନୈତିକ ବାଦବିବାଦ ମଧ୍ୟ ଦେଖିବାକୁ ମିଳିଛି। ଗୁରୁବାର ରାମଲୀଳା ମୈଦାନରେ ଅନୁଷ୍ଠିତ ସମାରୋହରୁ ଆମ ଆଦମୀ ପାର୍ଟି ଦୂରତା ବଜାୟ ରଖିଥିଲା। ଶପଥ ଗ୍ରହଣ ସମାରୋହର ମଞ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଅରବିନ୍ଦ କେଜରିୱାଲଙ୍କ ସମେତ କୌଣସି ଆପ ନେତାଙ୍କୁ ଦେଖିବାକୁ ମିଳିନଥିଲା।

ଏହି ପ୍ରସଙ୍ଗରେ ବିଜେପି କହିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଶପଥ ଗ୍ରହଣ ଉତ୍ସବରେ AAPର କୌଣସି ନେତା ପହଞ୍ଚି ନାହାଁନ୍ତି।

ତଥାପି, ବୁଧବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଆତିଶୀ ରେଖା ଗୁପ୍ତାଙ୍କୁ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେବା ନେଇ ଅଭିନନ୍ଦନ ଜଣାଇଥିଲେ। କେଜରିୱାଲ କହିଥିଲେ ଯେ,"ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପାଇଁ ରେଖା ଗୁପ୍ତାଙ୍କୁ ଅନେକ ଅନେକ ଅଭିନନ୍ଦନ। ମୁଁ ଆଶା କରୁଛି ଯେ, ସେ ଦିଲ୍ଲୀବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ। ଦିଲ୍ଲୀବାସୀଙ୍କ ବିକାଶ ଏବଂ କଲ୍ୟାଣ ପାଇଁ ପ୍ରତ୍ୟେକ କାର୍ଯ୍ୟରେ ଆମେ ତାଙ୍କୁ ସମର୍ଥନ କରିବୁ।

ଆତିଶୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ହେବା ପାଇଁ ମୁଁ ରେଖା ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଉଛି।" ମୁଁ ଆଶା କରୁଛି ଯେ ବିଜେପି ଦିଲ୍ଲୀବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ। ଦିଲ୍ଲୀର ବିକାଶ କାର୍ଯ୍ୟ ପାଇଁ ଆମ ଆଦମୀ ପାର୍ଟି ସବୁବେଳେ ବିଜେପିକୁ ସମର୍ଥନ ଦେବାକୁ ପ୍ରସ୍ତୁତ।

ଏହା ସହିତ, ସେ ମହିଳା ମାନଙ୍କୁ ପ୍ରତିମାସରେ ୨୫ଶହ ଟଙ୍କା ଦେବାର ପ୍ରତିଶ୍ରୁତି ମନେ ପକାଇ ଦେଇଥିଲେ। ଆତିଶୀ କହିଛନ୍ତି, "ଆମେ ଆଶା କରୁଛୁ ଯେ ବିଜେପି ଦ୍ୱାରା ମହିଳା ମାନଙ୍କୁ ପ୍ରତିଶୃତି ଦିଆଯାଇଥିବା ମାସିକ ଅଢେଇ ହଜାର ଟଙ୍କା ୮ ମାର୍ଚ୍ଚରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.