ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Maharashtra: ସମ୍ଭାଜୀ ମହାରାଜଙ୍କ ଉପରେ ଲେଖିଥିଲେ ବିବାଦୀୟ କଣ୍ଟେଣ୍ଟ; ୫ ୱିକିପିଡିଆ ଏଡିଟରଙ୍କ ଉପରେ ମାମଲା ରୁଜୁକଲା ପୋଲିସ

Published By : Bijay Swain | February 21, 2025 7:22 PM

Image courtesy: indiatoday

ନୂଆଦିଲ୍ଲୀ: ମରାଠା ଶାସକ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଉପରେ ଥିବା ବିବାଦୀୟ କଣ୍ଟେଣ୍ଟ ନହଟେଇବାରୁ ହରଡଘଣାରେ ୱିକିପିଡିଆ ଏଡିଟର। ଏନେଇ ମହାରାଷ୍ଟ୍ର ପୋଲିସର ସାଇବର ସେଲ ୪-୫ ଜଣ ୱିକିପିଡିଆ ଏଡିଟରଙ୍କ ଉପରେ ମାମଲା ରୁଜୁ କରିଛି। ସମସ୍ତ ଏଡିଟର ସମ୍ଭାଜୀ ମହାରାଜଙ୍କ ନାଁରେ ୱିକିପିଡିଆରେ ଭୁଲ ତଥ୍ୟ ଦେବା ସହ ଏହାର ପ୍ରଚାର ମଧ୍ୟ କରିଥିଲେ ବୋଲି ଅଭିଯୋଗ ରହିଛି।

ତେବେ ପୂର୍ବରୁ ସାଇବର ସେଲ ଆମେରିକୀୟ କମ୍ପାନି ୱିକିମିଡିଆ ଫଉଣ୍ଡେସନକୁ ଏହି କଣ୍ଟେଣ୍ଟ ହଟାଇବାକୁ ପତ୍ର ଲେଖିଥିଲା। କିନ୍ତୁ ଫାଉଣ୍ଡେସନ ଏଯାଏ ଏହି ପତ୍ରର କୌଣସି ଉତ୍ତର ଦେଇନାହିଁ। 

ସାଧାରଣତଃ ଲୋକମାନେ ଇଣ୍ଟରନେଟରେ ଜଣଙ୍କ ବିଷୟରେ କିଛି ସର୍ଚ୍ଚ କରିବା ପରେ ପ୍ରଥମ ସଜେସନ ପେଜରେ ୱିକିପିଡିଆ ହିଁ ଆସିଥାଏ। ଏଣୁ ଭାରତରେ ଥିବା ସମ୍ଭାଜୀ ମହାରାଜଙ୍କ ଲକ୍ଷଲକ୍ଷ ଅନୁଗାମୀଙ୍କୁ ଭୁଲ ତଥ୍ୟରେ ଆଘାତ ପହଞ୍ଚିବ ବୋଲି ସାଇବର ସେଲ ୱିକିପିଡିଆକୁ ୧୫ରୁ ଅଧିକ ମେଲ ମଧ୍ୟ କରିଛି। କିନ୍ତୁ ୱିକିପିଡିଆ ପକ୍ଷରୁ ଏହି ଇମେଲ ଗୁଡିକର ମଧ୍ୟ କୌଣସି ଉତ୍ତର ଦିଆଯାଇନାହିଁ। 

ୱିକିପିଡିଆ ପକ୍ଷରୁ କୌଣସି ଉତ୍ତର ନମିଳିବାପରେ ଅଧିକାରୀମାନେ ଏଡିଟରମାନଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରିବାକୁ ଚିନ୍ତା କରିଥିଲେ। କାରଣ ୱିକିପିଡିଆର ଏହି ଲେଖା ଆଇଟି ଆକ୍ଟ ୬୯ ଓ ୭୯କୁ ଉଲଘଂନ କରୁଥିଲା। ଏଣୁ ପୋଲିସ ଏହି କଣ୍ଟେଣ୍ଟକୁ ଏଡିଟ କରିଥିବା ୪-୫ ଜଣ କଣ୍ଟେଣ୍ଟ ଏଡିଟରଙ୍କ ନାମରେ ମାମଲା ରୁଜୁ କରିଥିଲା। 

ନିକଟରେ ବଲିଉଡ ଚଳଚ୍ଚିତ୍ର ଚାଭା ମୁକ୍ତିଲାଭ କରିବା ପରେ ୱିକିପିଡିଆର ଏହି ବିବାଦିୟ ଅଂଶଟି ସର୍ବସମ୍ମୁଖକୁ ଆସିଥିଲା। ଆପଣଙ୍କୁ ଜଣାଇରଖୁ ଯେ ମରାଠା ଶାମନର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ହେଉଛନ୍ତି ଛତ୍ରପତି ସମ୍ଭାଜୀ ମହାରାଜ। ତାଙ୍କ ଜୀବନିକୁ ନେଇ ଏହି ଚଳଚ୍ଚିତ୍ର ରିଲିଜ କରାଯାଇଛି। ଯେଉଁଥିରେ ଭିକି କୌଶଲ ସମ୍ଭାଜୀ ମହାରାଜଙ୍କ ଭିମିକାରେ ଅଭିନୟ କରିତିବା ବେଳେ ରଶ୍ମିକା ମନ୍ଧନା ମହାରାଣୀ ୟେସୁବାଇଙ୍କ ଅଭିନୟ କରିଛନ୍ତି। 

ମାମଲାର ଗୁରୁତ୍ତ୍ୱକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତୁରନ୍ତ ଏହି ୱିକିପିଡିଆ କଣ୍ଟେଣ୍ଟ ଉପରେ ଆକ୍ସନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏୈତିହାସିକ ମାମଲାରେ ଟିକିଏ ବି ବିକୃତିକୁ ସହ୍ୟ କରିବା ଅସମ୍ଭବ। ଅଭିବ୍ୟକ୍ତିର ସ୍ୱାଧିନତା ଅସୀମିତ ନୁହେଁ। ଏହା ଯେମିତି ଅନ୍ୟମାନଙ୍କ ସ୍ୱାଧିନତା ଉପରେ ଆଞ୍ଚ ନଆଣେ ତା ଉପରେ ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ୱିକିପିଡିଆ ହେଉଛି ଏକ ମାଗଣା ଅନଲାଇନ ଏନସାଇକ୍ଲୋପିଡିଆ। ଯାହାକୁ ବିଶ୍ୱର ଅନେକ ଅପରେଟର ମାନେ ସ୍ୱେଚ୍ଛାକୃତ ଭାବେ ପାରିଚାଳନା କରିଥାନ୍ତି। ସେମାନେ ୱିକିପିଡିଆରେ ନୂଆ କଣ୍ଟେଣ୍ଟ ଲେଖିବା ସହ ପୁରୁଣା କଣ୍ଟେଣ୍ଟ ଗୁଡିକୁ ଏଡିଟ ମଧ୍ୟ କରିଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.