ଭୁବନେଶ୍ୱର,୨୦/୦୨: ବନ୍ଦ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଉଦ୍ଧାର ହେଲା ମୃତଦେହ । ମୃତ୍ୟୁ ପରେ ଘଟଣା ସ୍ଥଳରୁ ସ୍ଵାମୀ ଓ ତାଙ୍କ ପରିବାର ଲୋକେ ଫେରାର । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ଲୋକେ । କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଜରିପଡା ପଞ୍ଚାୟତର ସାମନ୍ତରାପୁର ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମନାକୁ ଆସିଛି ।
ସୂଚନା ମୁତାବକ, ସାମନ୍ତରାପୁର ଗାଁର ଏକ ବନ୍ଦ ଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମହିଳାଙ୍କ ବାପଘର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ । ଏହା ଦେଖି ଝିଅକୁ ହତ୍ୟା କରାଯାଇଥିବା ନେଇ ଟାଙ୍ଗି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ବାପଘର ଲୋକ । ଉକ୍ତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି ଟାଙ୍ଗି ଥାନା ପୋଲିସ । ତଦନ୍ତ ପରେ ଘଟଣା ସମ୍ପର୍କରେ ଏଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।