ଭୁବନେଶ୍ୱର, ୧୯/୦୨: ଆମ୍ୱିଲିଝରିରେ ପରକୀୟା ପ୍ରୀତିକୁ ନେଇ ଜଘନ୍ୟ ହତ୍ୟା । ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ୭୨ ବର୍ଷିୟ ସ୍ୱାମୀ । ଘଟଣା ପରେ ୭୨ ବର୍ଷୀୟ ହତ୍ୟାକାରୀ ସୁବର୍ଣ୍ଣ କାଲାକୁ ଗିରଫ କରି ଶାବଳ ଜବତ କଲା ପୋଲିସ । ବ୍ୟବଚ୍ଛେଦ ପାଇଁ ଏସ୍ସିବିରେ ଭର୍ତ୍ତି ହେଲା ବୃଦ୍ଧଙ୍କ ମୃତଦେହ । କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ଆମ୍ବିଲିଝରିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ । ଆମ୍ୱିଲିଝରିରେ ୭୨ ବର୍ଷିୟ ସୁବର୍ଣ୍ଣ କାଲା ଏବଂ ତାଙ୍କ ପତ୍ନୀ ଏକାଠି ରହୁଥିଲେ । ହେଲେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାରୀ ସାଜିଲା ସ୍ୱାମୀ । ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସୁବର୍ଣ୍ଣ କାଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍ସିବିରେ ଭର୍ତ୍ତି କରିଛି ଚୌଦ୍ବାର ଥାନା ପୋଲିସ । ଏହା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଶାବଳ ଜବତ କରି ଅଭିଯୁକ୍ତ ସୁବର୍ଣ୍ଣ କାଲାକୁ ଗିରଫ କରିଛି ପୋଲିସ ।ଘଟଣା ସ୍ଥଳରେ ପୋଲିସ ଏବଂ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଚଳାଇଛି ।