ଭୁବନେଶ୍ୱର, ୧୯/୦୨: କଟକରେ ଅଘଟଣ। ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲା ନାବାଳକ । ଉଦ୍ଧାର ହେଲା ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ପଶ୍ଚିମବଙ୍ଗର ଅଙ୍କନ ଦତ୍ତ (୧୭) ବୋଲି ଜଣାପଡ଼ିଛି । ନାବାଳକର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ନାବାଳକ ଜଣକ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ କଟକ ମଠସାହି ଅଞ୍ଚଳର ଗୋପାଳଜିଉ ଲେନରେ ଭଡ଼ା ଘରେ ରହୁଥିଲେ । ନାବାଳକ ଜଣକ ମଙ୍ଗଳବାର ବିଳମ୍ବିତ ରାତିରେ ଉକ୍ତ ବିଲ୍ଡିଂର ସବୁ ଘର ତାଲା ପକାଇ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା । ଏହାପରେ ପୁରୀଘାଟ ପୋଲିସକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ତେବେ ନାବାଳକ ଜଣକ କାହିଁକି ଏଭଳି ପଦକ୍ଷେପ ନେଇଛନ୍ତି, ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପୋଲିସ ନାବାଳକର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ସମସ୍ତ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ଅଙ୍କନଙ୍କ ମାଆ ଦାବି କରିଛନ୍ତି ।