ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବେଲେଶ୍ୱର ବୃଦ୍ଧ ଦମ୍ପତି ହତ୍ୟା ଘଟଣା, ରିମାଣ୍ଡରେ ଆସିବ ମୁଖ୍ୟ ଅଭିଯୁକ୍ତ

Published By : Harapriya Sethi | February 20, 2025 8:41 AM

ଭୁବନେଶ୍ୱର, ୨୦/୦୨: ବେଲେଶ୍ୱର ବୃଦ୍ଧ ଦମ୍ପତି ହତ୍ୟା ଘଟଣା। ଅଭିଯୁକ୍ତ ସନ୍ତୋଷ ସମାଧାକୁ ରିମାଣ୍ଡରେ ନେବାକୁ ଅନୁମତି । ଦୁଇ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କଲେ କୋର୍ଟ । ଗୁରୁବାର ଏବଂ ଶୁକ୍ରବାର ପୋଲିସ ରିମାଣ୍ଡରେ ରହିବ ଅଭିଯୁକ୍ତ ସନ୍ତୋଷ । ପାଞ୍ଚ ଦିନ ରିମାଣ୍ଡ ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିବାବେଳେ ଦୁଇ ଦିନ ପାଇଁ ମିଳିଲା ଅନୁମତି । ହତ୍ୟା କାଣ୍ଡର ପାଞ୍ଚ ବର୍ଷ ପରେ ଅଭିଯୁକ୍ତ ସନ୍ତୋଷ ସମାଧା ଓ ପତ୍ନୀ ବାସନ୍ତୀ ସମାଧାକୁ ଫେବୃୟାରୀ ୧୪ ତାରିଖରେ ଗିରଫ କରିଥିଲା କମିସନରେଟ ପୋଲିସ । ରିମାଣ୍ଡରେ ଅଧିକ ହତ୍ୟାକାଣ୍ଡର ପ୍ରକୃତ ସତ ସହ ସନ୍ତୋଷର ଅତୀତ କାର୍ଯ୍ୟକୁ ନେଇ ସ୍ବତନ୍ତ୍ର ଟିମ୍ ପଚରାଉଚରା କରିବ ବୋଲି କଟକ ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି ।

ଦୀର୍ଘ ୫ ବର୍ଷ ହେଲାଣି ରହସ୍ୟ ଘେରରେ ଥିବା ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱରର ବୃଦ୍ଧ  ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି । ୨୦୧୯ ମସିହାରେ ହୋଇଥିବା ଏହି ଚାଞ୍ଚଲ୍ୟକର ହତ୍ୟା ମାମଲାର ଦୁର୍ବୃତ୍ତମାନେ ଆଉ ଧରାପଡ଼ିବେ ନାହିଁ ବୋଲି ସାଧାରଣରେ ଏକ ଧାରଣା ଦୃଢ଼ ହୋଇଯାଇଥିବା ବେଳେ କମିସନ୍‌ରେଟ୍‌ ପୁଲିସ ବାଜି ପଲଟାଇ ଦେଇଛି । ପୁଲିସକୁ  ଚକ୍‌ମା ଦେଇ ହତ୍ୟାକାଣ୍ଡ ଅଞ୍ଚଳରେ ବେଶ୍‌ ଆରାମରେ ରହୁଥିବା ଚାକରାଣୀ ବାସନ୍ତୀ ସମଦ ଏବଂ ତାର ସ୍ୱାମୀ ସନ୍ତୋଷ ଓରଫ ଇମନ ସମଦ ଶେଷରେ ବନ୍ଧା ହୋଇଥିଲେ । ଅଭିଯୁକ୍ତ ଦମ୍ପତିଙ୍କ  ଘର ସୁନ୍ଦରଗଡ଼ରେ ହୋଇଥିବା ବେଳେ ସେମାନେ ବେଲେଶ୍ୱର  ନିକଟବର୍ତ୍ତୀ ତିନିଘରିଆ ଅଞ୍ଚଳରେ ରହୁଥିଲେ । ସେମାନଙ୍କୁ  ଧରିବା ପାଇଁ ଗଲା ଡିସେମ୍ବରରୁ ପୁଲିସ ଜାଲ ବିଛାଇଥିଲା । ସାଦା ପୋଷାକରେ ଏକାଧିକ ପୁଲିସ ପାଖାପାଖି ଦୁଇ ମାସ  ହେବ ସନ୍ତୋଷ ଓ ବାସନ୍ତୀ ସହ ମିଳାମିଶା କରୁଥିଲେ । ଘର ମାଲିକ ଶ୍ରୀନାଥ ସାମଲ ଟଙ୍କା ଉଧାର ଦେବାକୁ ମନା କରିଦେବାରୁ  ବାସନ୍ତୀ ଓ ସନ୍ତୋଷ ଏହି ବୀଭତ୍ସ ହତ୍ୟାକାଣ୍ଡ  ଭିଆଇଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ଏସ୍‌.  ଦେବଦତ୍ତ ସିଂହ ସୂଚନା ଦେଇଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.