ଭୁବନେଶ୍ବର, ୧୫।୨ : କଟକ କାନପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ନକଲି ଇଞ୍ଜିନ ଅଏଲ କାରଖାନାରେ ପୋଲିସ ଚଢାଉ କରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କାନପୁର ଅଞ୍ଚଳର ଜଗନ୍ନାଥ ସାହିର ବିକାଶ ସାହୁ ।
ଜଗନ୍ନାଥ ସାହିର ବିକାଶ ସାହୁ ନିଜ ଘରେ ପୋଡା ନକଲି ଇଞ୍ଜିନ ଅଏଲକୁ ରିଫାଇନିଂ କରୁଥିଲା। ସେଥିରେ ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ଲୋଗୋ ଲଗାଇ ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। ଖବର ପାଇ ପୋଲିସ ଚଢାଉ କରି ବିପୁଳ ପରିମାଣର ନକଲି ଇଞ୍ଜିନ ଅଏଲ ଜବତ କରିଥିଲା।ଏଥିସହ ଅଭିଯୁକ୍ତଙ୍କ ନିକଟରୁ ନଗଦ ତିନି ଲକ୍ଷ ଟଙ୍କା ଜବତ କରିଛି। କାନପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।