ହାଇଦ୍ରାବାଦ,୧୮/୦୪: ଯଦି ତୁମକୁ ମରିବାର ଅଛି ତ ମରିଯାଅ...ଝଗଡାରେ ସ୍ୱାମୀଙ୍କର ଏହି କଥା ହୃଦୟକୁ ଏତେ ବାଧିଗଲା ଯେ ଜୀବନ ହାରିବା ପରି ଚରମ ନିଷ୍ପତ୍ତି ନେଇଗଲେ ସ୍ତ୍ରୀ । ଏହା ସହିତ ନିଜର ଦୁଇ ନିଷ୍ପାପ ପିଲାଙ୍କର ମଧ୍ୟ ଜୀବନ ନେଇଗଲେ ମହିଳା ଜଣଙ୍କ । ତେଲେଙ୍ଗାନା ଜିଦିମେଟାଲ ଥାନା ଅନ୍ତର୍ଗତ ଗଜୁଲାରୁ ଏହି ଛାତିଥରା ଘଟଣା ଘଟିଛି । ପାରିବାରିକ କଳହର କୁରଣ ପରିଣତିରେ ତିନି ତିନିଟି ଜୀବନଦୀପ ଲିଭିଯାଇଛି । ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।
ମୃତ ମହିଳା ଜଣଙ୍କ ହେଉଛନ୍ତି ତେଜସ୍ୱିନୀ । ସ୍ୱାମୀଙ୍କ ସହିତ ଛଗଡ଼ା ଲାଗୁଥିବାରୁ ରାଗରେ ଜୀବନ ହାରିବାରୁ ଚରମ ନିଷ୍ପତ୍ତି ନେଇଗଲେ ତେଜସ୍ୱିନୀ । ନିଜର ଦୁଇପୁଅ ଆର୍ଶିତ ରେଡ୍ଡୀ ଓ ଆଶିଷ ରେଡ୍ଡୀଙ୍କ ନଡ଼ିଆ କଟାହେଉଥିବା ଛୁରୀରେ ଗଳା କାଟି ହତ୍ୟା କରିଥିଲେ । ଏହାପରେ ୫ମହଲା ଛାତରୁ ଡେଇଁ ଜୀବନ ହାରିଥିଲେ ତେଜସ୍ୱିନୀ । ସାନ ପୁଅ ଆଶିଷ ରେଡ୍ଡୀ ଶାହପୁର ନଗର ସ୍ଥିତ ରାମରାଜ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଥିଲେ । ୩୨ ବର୍ଷୀୟ ତେଜସ୍ୱିନୀ କିଛି ବର୍ଷ ହେବ ଆଖି ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ଯାହାର ପ୍ରଭାବ ତାଙ୍କ ଦୁଇ ପିଲାଙ୍କ ଉପରେ ପଡିଥିଲା । ତାଙ୍କୁ ଦେଖିବାକୁ ପାଇଁ ପ୍ରତି ୪ ଘଣ୍ଟାରେ ଆଖିରେ ଔଷଧ ପକାଇବାକୁ ପଡୁଥିଲା । ଏ ନେଇ ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ।
ଅଧିକ ପଢନ୍ତୁ...ଚାଞ୍ଚଲ୍ୟ; ସ୍ତ୍ରୀ, ମାଆ ଓ ପୁଅକୁ ବିଷ ଦେଇ ଝୁଲି ପଡିଲେ ଯୁବକ !
ପାରିବାରିକ କଳହ ଆତ୍ମହତ୍ୟାର କାରଣ- ତେଜସ୍ୱିନୀ ଓ ତାଙ୍କ ସ୍ୱାମୀଙ୍କର ଅନେକ ସମୟରେ ଝଗଡା ଲାଗି ରହୁଥିଲା । ପାରିବାରିକ କଳହ ଏମିତି ସ୍ତରକୁ ଚାଲି ଯାଉଥିଲେ ଯେ, ତେଜସ୍ୱିନୀଙ୍କ ସ୍ୱାମୀ ରାଗି ଯାଇ ଯଦି ତୁମକୁ ମରିବାର ଅଛି ତ ମରିଯାଅ ବୋଲି କହୁଥିଲେ । ସୁଇସାଇଟ୍ ନୋଟ୍ରେ ତେଜସ୍ୱିନୀ ଲେଖିଛନ୍ତି,' କି ଏହି ପରିସ୍ଥିତି ପାଇଁ ମୋ ପିଲାଙ୍କୁ ମାରି ମୁଁ ଜୀବନ ହାରୁଛି ।'