ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ରାମ ମନ୍ଦିରକୁ ଆକ୍ରମଣ ଧମକ, ତାମିଲନାଡୁରୁ ଆସିଛି ଇମେଲ୍‌ !

Published By : Tapas Panda | April 14, 2025 5:53 PM

Image Courtesy: mypunepulse

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ନେଇ ଧମକ ମିଳିଛି । ରାମ ମନ୍ଦିର ଟ୍ରଷ୍ଟକୁ ମେଲ୍‌ ଯୋଗେ ଏହି ଧମକ ମିଳିଥିବା ସୂଚନା ମିଳିଛି । ଏନେଇ ଖବର ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି । ରବିବାର ବିଳମ୍ବିତ ରାତିରେ ଏହି ଧମକଭରା ଇମେଲ୍‌ ମିଳିଥିଲା । ଇମେଲ୍‌ କିଏ ପଠାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ସୁଦ୍ଧା ତାମିଲନାଡୁ କନେକ୍ସନ ନେଇ ପୋଲିସ ସନ୍ଦେହ କରୁଛି । ତାମିଲନାଡୁର ଜଣେ ବ୍ୟକ୍ତି ଇଂରାଜୀ ଭାଷାରେ ଏହି ଇମେଲ୍‌ କରିଥିବା କୁହାଯାଉଛି । 

ଇମେଲ୍‌ ମାଧ୍ୟମରେ ଧମକ ନେଇ ଏହା ପ୍ରଥମ ମାମଲା ନୁହେଁ । ଭାରତରେ ଏଭଳି ଧମକପୂର୍ଣ୍ଣ ମେଲ୍ ପ୍ରତିଦିନ ଆସୁଛି । କେତେବେଳେ ବିମାନ ବନ୍ଦର ତ ଆଉ କେତେବେଳେ ସ୍କୁଲ କଲେଜ୍‌କୁ ଟାର୍ଗେଟ କରି ଧମକ ଦେଉଛନ୍ତି ଦୁର୍ବୃତ୍ତ । ଏହା ପୂର୍ବରୁ ଆଜି ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ପ୍ରାୟ ୬ ମାସରେ ୯ ଥର ତାଙ୍କୁ ହତ୍ୟା ଧମକ ମିଳିସାରିଛି । 

ଗତବର୍ଷ ଏବଂ ୨୦୨୫ ଆରମ୍ଭରେ ବିମାନଗୁଡ଼ିକୁ ଅଧିକରୁ ଅଧିକ ବୋମା ଧମକ ମିଳିଥିଲା । ବୋମା ଥିବା ନେଇ ଖବର ମିଳିବା ପରେ ବିମାନ ଗୁଡ଼ିକର ଉଡ଼ାଣ ବାତିଲ କରାଯାଉଥିଲା । ଫଳରେ ଉଭୟ ବିମାନ କମ୍ପାନି ଏବଂ ଯାତ୍ରୀ କ୍ଷତି ସହିଥି‌ଲେ । ପ୍ରାୟ ବୋମା ନେଇ ମିଳୁଥିବା ଧମକର କୌଣସି ସତ୍ୟତା ନଥିଲା । କେବଳ ଭୟ ସୃଷ୍ଟି କରିବାକୁ ଅସାଧୁ ଲୋକମାନେ ଏଭଳି କରୁଥିବା କୁହାଯାଉଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.