ପ୍ରମୂଖ ଖବର
  • ସୁଦୃଢ଼ ହେବ ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା, ୨୦୦୦ ନୂତନ ପଦବୀ ସୃଷ୍ଟି
  • ||
  • ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନୀତି ସବ୍‌କମିଟିରେ ଅନୁମୋଦନ, ୧୮ରେ ବସିବ ଛତିଶା ନିଯୋଗ ବୈଠକ
  • ||
  • OSSF କର୍ମଚାରୀଙ୍କ ପାଇଁ ଖୁସି ଖବର, ସର୍ବନିମ୍ନ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର
  • ||
  • ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ ରେ ହେବ ନିର୍ବାଚନ
  • ||
  • ଖୋର୍ଦ୍ଧା : ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ବିଜାପୁରରେ ପୋଲିସକୁ ବଡ଼ ସଫଳତା, ବିସ୍ଫୋରକ ସାମଗ୍ରୀ ସହ ୨୨ ଜଣ ହାର୍ଡକୋର୍ ମାଓବାଦୀ ଗିରଫ
  • ||
  • ସମ୍ବଲପୁରରେ ବସିବ ଜନତା ଦରବାର, ୨୧ରେ ଅଭିଯୋଗ ଶୁଣାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବାଲେଶ୍ୱର : ପଶ୍ଚିମବଙ୍ଗକୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୧ ବସ୍ତା ଗଞ୍ଜେଇ ଜବତ, ୨ ଅଟକ
  • ||
  • IPL 2025: ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ, ୱାଙ୍ଖଡ଼େରେ ହେଡ୍‌-ବୁମରା ଏବଂ ରୋହିତ-କମିନ୍ସ ଲଢ଼େଇ
  • ||
  • ଭଦ୍ରକ : ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ୭ ଗୁରୁତର
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପଣ କରିବେ ୪ ହଜାର କୋଟିର ପ୍ରକଳ୍ପ
  • ||
  • ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା
  • ||
  • ଗୁରୁବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା,୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ନେଇ ଆଲର୍ଟ
  • ||

ପଶ୍ଚିମବଙ୍ଗରେ ଓ୍ବାକଫ୍ ଆଇନ୍ ବିରୋଧରେ ହିଂସା: ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ, ବାହନରେ ଲଗାଇଲେ ନିଆଁ

Published By : Prameya | April 8, 2025 6:53 PM

କୋଲକାତା,୮।୪:  ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନୂତନ ୱାକଫ ଆଇନ ବିରୋଧରେ ହେଉଥିବା ବିକ୍ଷୋଭ ଏବେ ହିଂସାତ୍ମକ ରୂପ ନେଇଛି।। ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଛି ସଂଘର୍ଷ । ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ ଏବଂ ପୋଲିସ ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ। ପ୍ରଥମେ, ପୋଲିସ ବିକ୍ଷୋଭକାରୀଙ୍କୁ ଗୋଟିଏ ସ୍ଥାନରେ ପ୍ରତିବାଦ କରିବାକୁ କହିଥିଲେ, କିନ୍ତୁ ହଠାତ୍ ପ୍ରତିବାଦକାରୀମାନେ ନିର୍ଦ୍ଦିଷ୍ଟ ସ୍ଥାନ ବାହାରକୁ ଯିବା ଆରମ୍ଭ କଲେ। ଏହି ସମୟରେ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। 

ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ଏହା ପରେ ପୋଲିସ ମଧ୍ୟ ହାଲକା ବଳ ପ୍ରୟୋଗ କରିଥିଲା। ପୋଲିସ କର୍ମଚାରୀଙ୍କ କହିବା ଅନୁଯାୟୀ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି। ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା କରିଥିଲା। ଏହି ହିଂସାରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା କୁହାଯାଉଛି।

ଓ୍ବାକଫ୍ ଆଇନ ବିରୋଧରେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଚାଲିଥିଲା। ହଠାତ ଶାନ୍ତିପୂର୍ଣ୍ଣ ଭାବରେ ହେଉଥିବା ବିରୋଧ ହିଂସାରେ ପରିଣିତ ହୋଇଥିଲା। ପ୍ରଦର୍ଶନକାରୀମାନେ ପୂର୍ବରୁ ପୋଲିସ ସହ ହାତାହାତି ହୋଇଥିଲେ।  ପ୍ରଦର୍ଶନକାରୀମାନେ ହାତରେ ଲାଠି-ଆାଡି ନେଇ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଏହି ଘଟଣାକୁ ନେଇ ବିଜେପି ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି। ବିଜେପି ଆଇଟି ସେଲ୍ ହେଡ୍ ଅମିତ ମାଲବୀୟ କହିଛନ୍ତି, ପଶ୍ଚିମବଙ୍ଗରେ ପୁଣିଥରେ ହିଂସାର ନିଆଁରେ। ପଶ୍ଚିମବଙ୍ଗ ପୋଲିସ ମୁର୍ସିଦାବାଦର ରାସ୍ତାରେ ଉତ୍ପାତ କରୁଥିବା  ଉପଦ୍ରବକାରୀଙ୍କ ସହ ଲଢେଇ କରୁଛି। ମମତାଙ୍କ ଉତ୍ତେଜନାକାରୀ ଭାଷଣ ଏହି ଅଶାନ୍ତି ସୃଷ୍ଟି କରିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.