ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ରାଜ୍ୟପାଳ ମୁର୍ଶିଦାବାଦର ଦଙ୍ଗା ପ୍ରଭାବିତ ଅଞ୍ଚଳକୁ ନଯିବା ଉଚିତ: ମମତା ବାନାର୍ଜୀ

Published By : Tapas Panda | April 17, 2025 6:29 PM

Image courtesy: indiatoday

କୋଲକାତା: ଦଙ୍ଗା ପ୍ରଭାବିତ ମୁର୍ଶିଦାବାଦ ପରିଦର୍ଶନ ନକରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଅଧିକାର ସୀମା ୫୦ କିଲୋମିଟର ଯାଏଁ ବୃଦ୍ଧି କରାଯାଇ ଥିବାରୁ ବିଏସଏଫ ଉତ୍ତର ଦାୟିତ୍ବ ନେବ । ସେପଟେ ବେଙ୍ଗଲକୁ କେତେ ବିଦେଶୀ ପ୍ରବେଶ କରୁଛନ୍ତି ସେନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ତଥ୍ୟ ଦେଉନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି ।  

ମମତା ବାନାର୍ଜୀ କହିଛନ୍ତି, ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି ।ମୁର୍ଶିଦାବାଦରେ ଓ୍ବାକଫ ସଂଶୋଧନ ଆଇନ ବିରୋଧୀ ହିଂସା ଉଗ୍ର ରୂପ ଧାରଣ କରିଥିଲା । ଦଙ୍ଗା ପ୍ରଭାବିତ ଜିଲ୍ଲା ମୁର୍ଶିଦାବାଦ ଯାଇ ବେଙ୍ଗଲ ରାଜ୍ୟପାଳ ସିଭି ଆନନ୍ଦ ବୋଷ ସ୍ଥିତି ସମୀକ୍ଷା କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଗଣମାଧ୍ୟମ ରିପୋର୍ଟକୁ ନେଇ ମମତା ବାନାର୍ଜୀ ପ୍ରତିକ୍ରିୟା ଦେଇଛନ୍ତି  । ସ୍ଥାନୀୟ ଲୋକଙ୍କ ବ୍ୟତୀତ ଅନ୍ୟ କାହାକୁ ମୁର୍ଶିଦାବାଦ ନଯିବାକୁ ଅନୁରୋଧ କରିବେ ବୋଲି ମମତା କହିଛନ୍ତି ।  

ସଂଶୋଧିତ ଓ୍ବାକଫ ଆଇନ୍‌ ବିରୋଧରେ ମୁର୍ଶିଦାବାଦରେ ଜାରି ଆନ୍ଦୋଳନରେ ପ୍ରାୟ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ବହୁ ସଂଖ୍ୟକ ବିଏସଏଫ୍‌ ଯବାନ ଏବଂ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି । 

ମୁଖ୍ୟମନ୍ତ୍ରୀ ସୀମା ସୁରକ୍ଷା ଆଇନ୍‌ରେ ପରିବର୍ତ୍ତନକୁ ନେଇ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି, ଗୃହମନ୍ତ୍ରୀ ଏକ ନୂଆ ନିୟମ ଆଣିଛନ୍ତି । ଏଥିରେ ବିଏସଏଫର ଅଧିକାର କ୍ଷେତ୍ରକୁ ୧୫ କିଲୋମିଟରରୁ ବଢ଼ାଇ ୫୦ କିଲୋମିଟର କରି ଦିଆଯାଇଛି । ତେଣୁ ବିଏସଏଫକୁ ଉତ୍ତରଦାୟୀ ହେବା ଦରକାର । ସେପଟେ ବେଙ୍ଗଲକୁ କେତେ ବିଦେଶୀ ପ୍ରବେଶ କରୁଛନ୍ତି ସେନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ସୂଚନା ଦେଉ ନାହିଁ ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.