ନୂଆଦିଲ୍ଲୀ,୧୯/୦୪: ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ମୁସ୍ତଫାବାଦ ଅଞ୍ଚଳରେ ବଡ଼ ଅଘଟଣ ଘଟିଛି । ଶୁକ୍ରବାର ବିଳମ୍ବିତ ରାତି ପାଖାପାଖି ୩ଟାରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିଛି । ଏଥିଲେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ଭଗ୍ନାବଶେଷ ତଳେ ୮ରୁ ୧୦ ଜଣ ଚାପି ହୋଇ ରହିଛନ୍ତି । ଅଗ୍ନିଶମ ବିଭାଗ ଓ ଏନ୍ଡ଼ିଆରଏଫ ପକ୍ଷରୁ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ଶୁକ୍ରବାର ବିଳମ୍ବିତ ରାତି । ଶୋଇ ଯାଇଥିଲା ସହର । ନ୍ୟୁ ମୁସ୍ତଫାବାଦ ଶକ୍ତି ବିହାରରେ ଘଟିଥିଲା ବଡ଼ ଅଘଟଣ । ୪ ମହଲା କୋଠା ଭୁଶୁଡ଼ି ପଡିଥିଲା । ଅଘଟଣର ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ୪୦ରୁ ଅଧିକ ଉଦ୍ଧାରକାରୀ ଦଳ ସାମିଲ ହୋଇଛନ୍ତି । ୪ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ ୮ ରୁ ୧୦ ଜଣ ଫସି ରହିଛନ୍ତି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ବିଲ୍ଡିଂରେ ୨୦ରୁ ଅଧିକ ଲୋକ ରହୁଥିଲେ । ଅଘଟଣ ପରେ ଚାରିଆଡ଼େ ବିକଳ ଚାତ୍କାର । ନିଜ ପ୍ରିୟଜନଙ୍କୁ ହରାଇ ଦୁଃଖରେ ଆତ୍ମହରା ହୋଇ ବୁକୁ ଫଟାଇ କାନ୍ଧୁଛନ୍ତି ସମ୍ପର୍କୀୟ ।
#WATCH | Delhi: 4 people died after a building collapsed in the Mustafabad area; rescue and search operation is underway
8-10 people are still feared trapped, said Sandeep Lamba, Additional DCP, North East District pic.twitter.com/qFGALhkPv3
— ANI (@ANI) April 19, 2025
ଉତ୍ତରପୂର୍ବ ଆଡ଼ିସନାଲ ଏସ୍ପି, ସନ୍ଦୀପ ଲାମ୍ବା କହିଛନ୍ତି, 'ଶୁକ୍ରବାର ବିଳମ୍ବିତ ରାତି ୩ଟାରେ ଦୁର୍ଘଟଣା ଘଟିଛି । ୪ ମହଲା କୋଠା ଭୁଶୁଡ଼ି ପଡିଛି । ୧୪ ଲୋକଙ୍କୁ ଉଦ୍ଧାର କରାଯାଇଛି । ୪ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ୮ରୁ ୧୦ ଜଣ ଚାପି ହୋଇ ରହିଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । କେଉଁ ପରିସ୍ଥିତିରେ କୋଠା ଭୁଶୁଡ଼ିଲା ତାର ତଦନ୍ତ ଚାଲିଛି ।'
#WATCH | Delhi: Sandeep Lamba, Additional DCP, North East District, says, " The incident took place at 3 am in the morning. 14 people were rescued, but four among them succumbed...it was a four-storey building...rescue operation is underway. 8-10 people are still feared trapped" https://t.co/lXyDvOqwSY pic.twitter.com/F1BTiUZYcp
— ANI (@ANI) April 19, 2025
ଜଣେ ମୃତକଙ୍କ ସମ୍ପର୍କୀୟ ଶେହଜାଦ ଅହମଦ କହିଛନ୍ତି, ''ରାତି ପ୍ରାୟ ୩ଟା ହେବ ୪ ମହଲା ବିଲ୍ଡିଂ ଭୁଶୁଡ଼ି ପଡିଛି । ଏଥିରେ ମୋର ଦୁଇ ଭଣଜାଙ୍କର ମୃତ୍ୟୁ ହୋଇଛନ୍ତି । ମୋ ଭଉଣୀ-ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା ।''