ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ସୁନୀତା କେଜରିୱାଲଙ୍କ ଝିଅ ହର୍ଷିତା କେଜରିୱାଲ ଆଜି (ଶୁକ୍ରବାର) ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହର୍ଷିତା IITରୁ ପାଠ ପଢ଼ିଛନ୍ତି। ସେ ସମ୍ଭବ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି। ସମ୍ଭବ ମଧ୍ୟ ହର୍ଷିତାଙ୍କ ସହିତ ଦିଲ୍ଲୀ IITରୁ ପାଠ ପଢ଼ିଛନ୍ତି। ସମ୍ଭବ ଜୈନ ଏବଂ ହର୍ଷିତା ମଧ୍ୟ କିଛି ମାସ ପୂର୍ବେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ।
ଗତକାଲି ୧୭ ଏପ୍ରିଲରେ, ଦିଲ୍ଲୀର ଶଙ୍ଗରିଲା ହୋଟେଲରେ ମେହେନ୍ଦି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କେବଳ ସୀମିତ ସଂଖ୍ୟକ ଲୋକ ସାମିଲ ହୋଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏଥିରେ ଅଂଶଗ୍ରହଣ କରିଥିଲେ। ସୂତ୍ର ଅନୁସାରେ, ହର୍ଷିତା କେଜରିୱାଲ ଏବଂ ସମ୍ଭବ ଜୈନଙ୍କ ରିସେପସନ କାର୍ଯ୍ୟକ୍ରମ ୨୦ ଏପ୍ରିଲରେ ଅନୁଷ୍ଠିତ ହେବ।
କେଜ୍ରିୱାଲଙ୍କ ଦୁଇଟି ସନ୍ତାନ ଅଛନ୍ତି। ତେବେ ପୁଅର ନାମ ପୁଲକିତ କେଜ୍ରିୱାଲ। ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ପତ୍ନୀ ସୁନିତା କେଜରିୱାଲଙ୍କ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ଝିଅର ନିର୍ବନ୍ଧର ବୋଲି ଦାବି କରାଯାଉଛି।