ନୂଆଦିଲ୍ଲୀ, ୧୯/୦୪ : ତାତିରୁ ମିଳିବ ଆଶ୍ଵସ୍ତି। ଏନସିଆର ଠାରୁ ନେଇ ପୂର୍ବୋତ୍ତର ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା ୭ ଦିନ ଯାଏଁ ୨୦ ରାଜ୍ୟକୁ ପ୍ରବଳ ପବନ ସହ ଝଡ଼ବର୍ଷା ଆଲର୍ଟ। କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୩୦ ରୁ ୫୦ କିମି ବେଗରେ ପବନ ବହିପାରେ। ସେହିପରି ୨୦ ତାରିଖ ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୧ ରୁ ୨୩ ଏପ୍ରିଲ ବେଳକୁ ପାଗରେ ସୁଧାର ଆସିବ। ଏନେଇ ଆଇଏମଡି ପୂର୍ବାନୁମାନ କରିଛି।
ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନେ ଘରୁ ବାହାରିବା ପୂର୍ବରୁ ନିଜ ନିଜ ଉଡାଣ ସମ୍ପର୍କରେ ସୂଚନା ନେବାକୁ ପରାମର୍ଶ ଦିଆଯାଇଛି। ତେବେ ପାଗ ଖରାପ ଥିବାରୁ କିଛି ବିମାନ ଉଡାଣରେ ବିଳମ୍ଵ ହୋଇପାରେ।
ପ୍ରକାଶ ଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ସିକ୍କିମ, ଓଡ଼ିଶା, ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶର ସମେତ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ପବନ ହୋଇଛି। ଓଡ଼ିଶାର ପୁରୀ ଜିଲ୍ଲାରେ କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି।
ଏହି ଖବରଟିକୁ ପଢନ୍ତୁ-ଜେଇଇ ମେନ ସେସନ-୨ ପରୀକ୍ଷା ଫଳ ପ୍ରକାଶ , ୨୪ ପରୀକ୍ଷାର୍ଥୀଙ୍କର ୧୦୦% ମାର୍କ