ନୂଆଦିଲ୍ଲୀ,୧୯/୦୪: ମହାକାଶ ଯାତ୍ରାରେ ଆଉ ଏକ ଅଧ୍ୟାୟ ରଚିବ ଭାରତ । ପ୍ରଥମ ଭାରତୀୟ ଭାବେ ୪୦ ବର୍ଷ ପରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯିବେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଆସନ୍ତା ମେ ମାସରେ ଆଇଏସ୍ଏସ୍କୁ ଯାତ୍ରା କରିବେ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ । ମେ ମାସରେ ଅକ୍ସିଅମ୍-୪ ମିଶନ ଲଞ୍ଚ ହେବ । ଏଥିରେ ମିଶନ୍ ପାଇଲଟ ହେବେ କ୍ୟାପ୍ଟେନ୍ ଶୁଭାଂଶୁ । ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ସହ ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।
୧୯୮୪ରେ ସୋଭିଏତ ସ୍ପେସ୍କ୍ରାଫ୍ଟରେ ପ୍ରଥମ ଭାରତୀୟ ଭାବେ ସୋଭିଏତ ସୋଉଜ ସ୍ପେସ୍କ୍ରାଫ୍ଟରେ ରାକେଶ ଶର୍ମା ମହାକାଶକୁ ଯାଇଥିଲେ । ତାଙ୍କ ପରେ ପ୍ରଥମ ଭାରତୀୟ ଭାବେ ଇଣ୍ଟନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଉଡ଼ାଣ ଭରିବେ ଲକ୍ଷ୍ନୌର କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏସ୍କର ଟୁ-ଡ୍ରାଗନ୍ ଫାଲକନ ୯ ଟକେଟ୍ରେ ୪ ଜଣିଆ ଟିମ୍ ଆଇଏସ୍ଏସ୍ ଯିବେ । ତାଙ୍କ ସହିତ ପୂର୍ବତନ ନାସା ମହକାଶଚାରୀ ପେଗୀ ୱିଟସନ୍, ପୋଲାଣ୍ଡ ଓ ହେଙ୍ଗେରୀର ଜଣେ ଲେଖାଏଁ ମହାକାଶଚାରୀ ଆଇଏସ୍ଏସ୍କୁ ଯିବେ । ସେଠାରେ ୧୪ଦିନ ରହିବ । ଭାରତର ହେବାକୁ ଥିବା ଗଗନଯାନ ମିଶନରେ ସାମିଲ ଥିବା ୪ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶୁଭାଂଶୁ ଶୁକ୍ଳା । ଅକ୍ସିଅମ୍-୪ ମିଶନରେ ସେ ହାସଲ କରିବାକୁ ଥିବା ପ୍ରଶିକ୍ଷଣ ଓ ଅଭିଜ୍ଞତା ଗଗନଯାନ ମିଶନ୍ ପାଇଁ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ଆଇଏସ୍ଏସ୍ ଯାତ୍ରା ନେଇ ଶୁଭାଂଶୁଙ୍କ ୮ମାସର ଟ୍ରେନିଂ ଶେଷ ହୋଇଛି ।
ଅଧିକ ପଢନ୍ତୁ...ମହାକାଶରୁ ଭାରତର ସୁନ୍ଦରତାକୁ ଉପଭୋଗ କରୁଥିଲି : ସୁନୀତା ୱିଲିୟମ୍ସ
India poised to script a defining chapter in its Space journey, as the international Space mission carrying an Indian astronaut to the International Space Station (ISS) has been scheduled for next month, May 2025. Group Captain Shukla is to become the first Indian ever to visit… pic.twitter.com/NvyaFWfi8u
— Dr Jitendra Singh (@DrJitendraSingh) April 18, 2025
କହି ରଖୁଛୁ କି, ଦୀର୍ଘ ୯ ମାସରୁ ଅଧିକ ଦିନ ମହାକାଶରେ ରହିବା ପରେ ଫେରିଥିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ମାର୍ଚ୍ଚ ୧୯ ତାରିଖରେ ଆମେରିକାର ଫ୍ଲୋରିଡା ତଟରେ ଅବତରଣ କରିଥିଲା ଡ୍ରାଗନ ମିଶନ କ୍ରୁ-୯ ଯାନ । ସୁରକ୍ଷିତ ମହାକାଶରୁ ଓହ୍ଲାଇଥିଲେ ସୁନୀତି ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ୍ ୱିଲିମୋର ।