ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଏହି ବର୍ଷ ଭାରତ ଆସିବେ ଏଲନ ମସ୍କ , ପିଏମ୍‌ ମୋଦିଙ୍କ ସହ କଥାବାର୍ତ୍ତା ପରେ କହିଲେ – ମୋ ପାଇଁ ସମ୍ମାନର କଥା

Published By : Prameya | April 19, 2025 4:45 PM

ନୂଆଦିଲ୍ଲୀ : ଟେସ୍ଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଶନିବାର କହିଛନ୍ତି ଯେ, ସେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ଇଚ୍ଛୁକ ଅଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ପରେ ମସ୍କ ଏହି ସୂଚନା ଦେଇଛନ୍ତି। ମସ୍କ ଚଳିତ ବର୍ଷ ଭାରତରେ ଟେସ୍ଲାକୁ ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଗତ ଦିନରେ ଟେସ୍ଲା ଶୋରୁମ୍‌ ପାଇଁ ମୁମ୍ୱାଇ ଓ ଦିଲ୍ଲୀରେ ସ୍ଥାନ ମଧ୍ୟ ଭଡ଼ାରେ ନେଇଛନ୍ତି।

ଏଲନ ମସ୍କ ଫୋନ୍‌ରେ ପିଏମ୍‌ ମୋଦିଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି- ପିଏମ୍‌ ମୋଦିଙ୍କ ସହ କଥା ହେବା ସମ୍ମାନର କଥା ଥିଲା । ମୁଁ ଚଳିତ ବର୍ଷର ଶେଷ ସୁଦ୍ଧା ଭାରତ ଆସିବାକୁ ଖୁବ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛି।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ୍ସରେ ନିଜର କଥାବାର୍ତ୍ତାର ବିବରଣୀ ସେୟାର କରିଛନ୍ତି। 

ପିଏମ୍‌ ମୋଦି ଲେଖିଛନ୍ତି , ଏଲନ ମସ୍କଙ୍କ ସହ କଥା ହୋଇଛି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛି, ଯେଉଁଥିରେ ଚଳିତ ବର୍ଷର ଆରମ୍ଭରେ ୱାଶିଂଟନ ଡିସିରେ ଆମର ବୈଠକ ବେଳେ ସାମିଲ କରାଯାଇ ଥିବା ବିଷୟ ମଧ୍ୟ ସାମିଲ ଅଛି। ଆମେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ସହଯୋଗର ଅନେକ ସମ୍ଭାବନା ଉପରେ ଆଲୋଚନା କରିଛୁ। ଭାରତ ଏହି କ୍ଷେତ୍ରରେ ଆମେରିକା ସହ ନିଜର ଭାଗିଦାରୀକୁ ଆଗକୁ ବଢାଇବା ପାଇଁ ପ୍ରତିବଦ୍ଧ ଅଛି। 


ଉଲ୍ଲେଖନୀୟ ଯେ, ପିଏମ୍‌ ମୋଦି ଚଳିତ ବର୍ଷର ଆରମ୍ଭରେ ଆମେରିକା ଗସ୍ତ କରିଥିଲେ, ସେଠାରେ ତାଙ୍କର ସାକ୍ଷାତ୍‌ ଏଲନ ମସ୍କଙ୍କ ସହ ମଧ୍ୟ ହୋଇଥିଲା। ବୈଠକ ବେଳେ ମୋଦି ଓ ମସ୍କ ମହାକାଶ ଅନୁସନ୍ଧାନ , କୃତ୍ରିମ ବୁଦ୍ଧିମତା, ନବସୃଜନ , ସ୍ଥାୟୀ ବିକାଶ ସହ ପ୍ରମୁଖ କ୍ଷେତ୍ରରେ ଭାରତୀୟ ଓ ଆମେରିକୀୟ ସଂସ୍ଥା ମଧ୍ୟରେ ସହଯୋଗକୁ ମଜବୁତ କରିବାରେ ଆଲୋଚନା କରିଥିଲେ। 

ଫେବ୍ରୁଆରୀର ବୈଠକ ପରେ ଏକ ବୟାନରେ ବିଦେଶ ମନ୍ତ୍ରଣାଳୟ କହିଥିଲା, ପ୍ରଧାନମନ୍ତ୍ରୀ ଓ ମସ୍କ ନବସୃଜନ , ମହାକାଶ ଅନୁସନ୍ଧାନ , କୃତ୍ରିମ ବୁଦ୍ଧିମତା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଓ ଆମେରିକୀୟ ସଂସ୍ଥା ଗୁଡ଼ିକ ମଧ୍ୟରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ତାଙ୍କର ଆଲୋଚନାରେ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଓ ସୁଶାସନକୁ ସୁଦୃଢ କରିବାର ଅବସର ଉପରେ ମଧ୍ୟ ଆଲୋଚନା ହୋଇଛି। 

ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ମସ୍କ ଆମେରିକୀୟ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ନେତୃତ୍ୱ ନେଇଛନ୍ତି। ଫେବ୍ରୁଆରରେ ପିଏମ୍‌ ମୋଦିଙ୍କ ସହ ସାକ୍ଷାତ ପରେ ମସ୍କଙ୍କ ସହ ତାଙ୍କର ୩ଜଣ ପିଲା ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଉପସ୍ଥିତି ଉପରେ ଧ୍ୟାନ ଦେଇ ପୋଷ୍ଟ କରିଥିଲେ , ଏଲନ ମସ୍କଙ୍କ ପରିବାର ସହ ଭେଚଟିବା ଓ ଅନେକ ବିଷୟ ଉପରେ କଥାବାର୍ତ୍ତା କରିବା ମଧ୍ୟ ଖୁବ୍‌ ଖୁସିର କଥା ଥିଲା। ସେ ଏହା ମଧ୍ୟ କହିଥିଲେ , ୱାଶିଂଟନ ଡିସିରେ ଏଲନ ମସ୍କଙ୍କ ସହ ବହୁତ ଭଲ ବୈଠକ ହେଲା । ଆମେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କଲୁ, ଯେଉଁଥିରେ ସେହି ପ୍ରସଙ୍ଗ ମଧ୍ୟ ସାମିଲ ଅଛି ,ଯାହା ବିଷୟରେ ସେ ଖୁବ୍ ଆଗ୍ରହୀ , ତାହା ହେଲା ମହାକାଶ , ଗତିଶୀଳନା , ପ୍ରଯୁକ୍ତିବିଦ୍ୟା ଓ ନବସୃଜନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.