ନୂଆଦିଲ୍ଲୀ,୧୯/୦୪: ବଢିବ ବାୟୁସେନା ବଳ । ଶକ୍ତିଶାଳୀ ହେବ ବାୟୁସେନା । ଥରିବ ଶତ୍ରୁଦେଶ । ଛାତିରେ ପଶିବ ଛନକା । ଫ୍ରାନ୍ସଠୁ ୪୦ ରାଫେଲ ଯୁଦ୍ଧ ବିମାନ କିଣିବାକୁ ନିଷ୍ପତ୍ତି ବଡ଼ ନେଇଛି ଭାରତ । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଜି୨ଜି ଆଧାରରେ ଚୁକ୍ତି ହେବ ।
ରିପୋର୍ଟ ଅନୁସାରେ, ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଆସନ୍ତା ୨୮ ଓ ୨୯ ଏପ୍ରିଲରେ ଭାରତ ଆସିବେ । ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ଭାରତୀୟ ନୌସେନା ପାଇଁ ମରିନ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି ହେବ । ଏହାକୁ ଭାରତ ଏୟାରକ୍ରାଫ୍ଟ କ୍ୟାରିୟର୍ସରେ ନିୟୋଜିତ କରାଯିବ । ଭାରତ ଓ ଫ୍ରାନ୍ସ ମଧ୍ୟରେ ୪୦ ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି ହେବ । ଏହି ବୁଝାମଣାକୁ ବର୍ତ୍ତମାନ ଫାଷ୍ଟ-ଟ୍ରାକ MRFA-ପ୍ଲସ ଡିଲ୍ର ନାମ ଦିଆଯାଇଛି । ଏମଆରଏଫଏ ଅର୍ଥ (ମଲ୍ଟି ରୋଲ ଫାଇଟର ଏୟାରକ୍ରାପ୍ଚ) ପ୍ରୋଗ୍ରାମ ଜରିଆରେ ଭାରତ ୧୧୪ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛି ।
କହି ରଖୁଛୁ କି, ଭାରତ କିଣିବାକୁ ଥିବା ୧୧୪ ଯୁଦ୍ଧ ବିମାନ ଯୋଜନାରେ F-35, Su-57 , F-21,ଗ୍ରିପେନ୍, ରାଫେଲ, ୟୁରୋଫାଇଟର ଟାଇଫୁନ୍ ଓ F-15EX ଭଳି ବିଦେଶୀ ଫାଇଟର ଜେଟ୍ ଥିଲା । ଏହି ଯୋଜନା ବହୁ ବର୍ଷ ଧରି ଅଟକି ଥିଲା। ଏଥିରେ ଖୁବ୍ ବିଳମ୍ବ ହେଉଥିଲା। ଏହି କାରଣୁ ଭାରତ ନିଷ୍ପତ୍ତି ନେଇଥିଲା ଏବେ ସେ ବିଦେଶୀ ଜେଟ୍ ଉପରେ ନିର୍ଭର କରିବା ବଦଳରେ ନିଜ ଦେଶରେ ତିଆରି ବିମାନକୁ ଆହୁରି ଭଲ ତିଆରି କରିବ ଓ ତାକୁ ପ୍ରାଧାନ୍ୟ ଦେବ । ଭାରତୀୟ ବାୟୁସେନା ପାଖରେ ୩୧ ହଜାର ଫାଇଟର ସ୍କ୍ବ୍ରାଡନ୍ ରହିଛି । ବାୟୁସେନାକୁ ଶକ୍ତିଶାଳୀ କରିବାକୁ ଭାରତ ଏବେ ନିଜର ସ୍ୱଦେଶୀ ଫାଇଟର ଜେଟ୍ ଉପରେ ଅଧିକ ଧ୍ୟାନ ଦେଉଛି ।