ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଭାରତୀୟ ସଶସ୍ତ୍ର ବାହିନୀରେ ହେଲିକପ୍ଟରର ଘୋର ସଙ୍କଟ, ୩୩୦ ଧ୍ରୁବ ହେଲିକପ୍ଟର ଉଡାଣ ଉପରେ ରୋକ୍

Published By : Prameya | April 19, 2025 9:23 AM

ନୂଆଦିଲ୍ଲୀ, ୧୯/୦୪ : ଭାରତୀୟ ସଶସ୍ତ୍ର ବାହିନୀରେ ହେଲିକପ୍ଟରର ଘୋର ସଙ୍କଟ। ପୂର୍ବରୁ ସିଙ୍ଗିଲ୍ ଇଞ୍ଜିନ୍ ବିଶିଷ୍ଟ ୩୫୦ଟି ପୁରୁଣା ଚେତକ ଏବଂ ଚିତା ହେଲିକପ୍ଟର ବାରମ୍ଵାର କ୍ରାସ୍ ହେଉଥିବା ବେଳେ ଏବେ ୩୩୦ଟି ଧ୍ରୁବ ହେଲିକପ୍ଟର ଉଡାଣ ଉପରେ ରୋକ୍। ଚିନ୍ତାରେ ସ୍ଥଳ ସେନା, ବାୟୁ ସେନା, ନୌସେନା ଏବଂ ତଟରକ୍ଷକ ବାହିନୀ। ପ୍ରଭାବିତ ହେଉଛି ସୈନ୍ୟ ଅଭିଯାନ। ଧ୍ରୁବ ହେଲିକପ୍ଟର ଚୀନ, ପାକିସ୍ତାନ ଏବଂ ଅନ୍ୟ ଅନ୍ତର୍ଜାତୀୟ ସୀମାରେ ବିଭିନ୍ନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା। ହେଲେ ଗତ ୩ ମାସ ହେଲା ଏହି ହେଲିକପ୍ଟର ଉଡାଣ ଉପରେ ରୋକ୍ ଲାଗିଛି। 

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମସ୍ତ ସୈନ୍ୟ ଅଭିଯାନ ପ୍ରଭାବିତ ହୋଇଛି। ଧ୍ରୁବ ହେଲିକପ୍ଟରର ପାଇଲଟଙ୍କ ଉଡାଣ ଦକ୍ଷତା ମଧ୍ୟ ପ୍ରଭାବିତ ହୋଇଛି। ଏବେ ସେମାନେ କେବଳ ସିମୁଲେଟରରେ ଅଭ୍ୟାସ କରୁଛନ୍ତି। ୫.୫ ଟନ୍ ବିଶିଷ୍ଟ ଏହି ହେଲିକପ୍ଟରକୁ ୨୦୦୨ରେ ସେନାରେ ସାମିଲ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ସୈନ୍ୟ ଅଭିଯାନ ଗୁଡିକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ୨୦୨୩-୨୪ରେ ଏହି ବିମାନ ଗୁଡିକ ସହାୟତାରେ ଭାରତୀୟ ସେନା ୪୦ ହଜାର ଘଣ୍ଟାର ଉଡାଣ ଭରିଥିଲା। ତେବେ ଭାରତୀୟ ସ୍ଥଳ ସେନା ଧ୍ରୁବ ହେଲିକପ୍ଟର ଉପରେ ସବୁଠୁ ଅଧିକ ନିର୍ଭରଶୀଳ। ତେଣୁ ସ୍ଥଳ ସେନା ଉପରେ ଏହାର ସବୁଠୁ ଅଧିକ ପ୍ରଭାବ ପଡ଼ିବ। ବିଶେଷ କରି ଅପହଞ୍ଚ ଇଲାକାରେ ନିୟୋଜିତ ହୋଇଥିବା ଯବାନଙ୍କ ପାଖକୁ ସହାୟତା ପଠାଇବାରେ ଅସୁବିଧା ହେଉଛି।   

ଧ୍ରୁବ ହେଲିକପ୍ଟର ଉପରେ ରୋକ୍ ଲାଗିଥିବା ଯୋଗୁଁ ଭାରତୀୟ ସେନା ବିକଳ୍ପ ପାଇଁ କିଛି ନାଗରିକ ହେଲିକପ୍ଟର ଗୁଡ଼ିକୁ ଭଡ଼ା ସୂତ୍ରରେ ନେଇଛି। ବିଶେଷ କରି ଉତ୍ତର ଏବଂ ମଧ୍ୟ କମାଣ୍ଡ ୨୦୨୪ ନଭେମ୍ଵର ମାସରୁ ଏହି ଅଭିଯାନ ଚଳାଇଛି। ତେବେ ଆସନ୍ତା ୧୦ ରୁ ୧୫ ବର୍ଷ ମଧ୍ୟରେ ଭାରତୀୟ ସେନାକୁ ୧୦୦୦ରୁ ଅଧିକ ନୂଆ ହେଲିକପ୍ଟରର ଆବଶ୍ୟକତା ରହିଛି। ହେଲେ ହାଲ୍ ହେଲିକପ୍ଟର ଯୋଗାଇବାରେ ବିଳମ୍ଵ କରୁଛି। ଏହି ମଧ୍ୟରେ ଗତ ମାସରେ ହାଲ୍ ସହିତ ୬୨ ହଜାର ୭୦୦ କୋଟି ଟଙ୍କାର ଡିଲ୍ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ୨୦୨୮ ରୁ ୨୦୩୩ ମଧ୍ୟରେ ସେନାକୁ ୧୫୬ଟି ପ୍ରଚଣ୍ଡ ଲାଇଟ୍ କମ୍ବାଟ୍ ହେଲିକପ୍ଟର ମିଳିବ ବୋଲି ସୂଚନା ମିଳିଛି।  

ଏହି ଖବରଟିକୁ ପଢନ୍ତୁ- ଭୁଶୁଡ଼ିଲା ୪ ମହଲା କୋଠା; ଚାଲିଗଲା ୪ ଜୀବନ, ଫସିଛନ୍ତି ୧୦


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.