ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

Delhi: ଦିଲ୍ଲୀରେ ଭୟଙ୍କର ଦୁର୍ଘଟଣା; ଚାରି ମହଲା କୋଠା ଭୁଶୁଡି ୧୧ ଜଣଙ୍କ ମୃତ୍ୟୁ, ଜାରି ରହିଛି ଉଦ୍ଧାରକାର୍ଯ୍ୟ

Published By : Bijay Swain | April 19, 2025 6:02 PM

Image courtesy: indiatoday

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ଦୁର୍ଘଟଣା। ଶନିବାର ଉତ୍ତରପୂର୍ବ ଦିଲ୍ଲୀରେ ଏକ ଚାରି ମହଲା କୋଠା ଭୁଶୁଡି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଫଶି ରହିଛନ୍ତି ବୋଲି ପୋଲିସ ସୂଚନା ପ୍ରଦାନ କରିଛି। 

ଶନିବାର ସକାଳ ପ୍ରାୟ ୩ଟା ୨ ସମୟରେ ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଏପର୍ଯ୍ୟନ୍ତ ଯାଏ ଧ୍ୱଂସସ୍ତୁପ ମଧ୍ୟରୁ ମୋଟ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ ଜିଟିବି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଏହି ଦୁର୍ଘଟଣାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଘୋଷଣା କରାଯାଇଛି। 

ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରବାକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନଡିଆରଏଫ), ଅଗ୍ନିଶମବାହିନୀ ଓ ଦିଲ୍ଲୀ ପୋଲିସ ଘଠଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ଯାଏ ଘର ଭୁଶୁଡିବା ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ଜଣେ ବରିଷ୍ଠ ଏନଡିଆରଏଫ ଅଧିକାରୀ କହିଛନ୍ତି ଯେ, ଆମ ଦଳ ଭୁଶୁଡି ପଡିଥିବା ଘରର ଭଙ୍ଗା ଅଂଶକୁ କାଢିବାକୁ ଭାରି ଯନ୍ତ୍ରାଂଶର ବ୍ୟବହାର କରିପାରୁ ନାହୁଁ। କାରଣ ଘରର ଭଙ୍ଗା ଅଂଶ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି। ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟରେ ବିଳମ୍ୱ ପରିଲକ୍ଷିତ ହେଉଛି। 

ଏହି ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏଥିନେଇ ଦୁଃଖବ୍ୟକ୍ତ କରିଛନ୍ତି। ଏହା ସହ ଏହି ଦୁର୍ଘଟଣାର କାରଣ କଣ ସେନେଇ ତଦନ୍ତ ଜାରି ଚାଲିଛି। ଏହା ପଛର କାରଣ ମିଳିଲେ ଦୋଷିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 

ଗତ ସପ୍ତାହରେ ମଧ୍ୟ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଦୁଇଜଣ ଲୋକଙ୍କ ମୃତ୍ୟୁ ହେବ ସହ ତିନିଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ଦୁର୍ଘଟଣାରେ ଗୋଟିଏ ଘର ଭୁଶୁଡି ପଡିବା ସହ ଆଉ ଏକ ଦୁର୍ଘଟଣାରେ ଏକ କାନ୍ଥ ଭୁଶୁଡି ପଡିଥିଲା। 

ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ ଏକ ନିର୍ମାଣଧିନ ଘରର ୬ ତାଲାରେ ତିଆରି ହେଉଥିବା କାନ୍ଥ ଗଳିପଡିବାରୁ ଜଣେ ୬୭ ବର୍ଷିୟ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଠିକ ସେହିଭଳି ଦିଲ୍ଲୀର କରୋଲବାଗ ଅଞ୍ଚଳରେ ତିନି ମହଲା ଉପରୁ ଜଣେ ୧୩ ବର୍ଷିୟ ବାଳକ ଉପରେ ନୂଆ ତିଆରି ହୋଇଥିବା ପାଚେରୀ ଗଳିପଡିବା କାରଣରୁ ତାଙ୍କର ମୃ୍ତ୍ୟୁ ହୋଇଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.